fbpx

ଟିକା ନେଲେ ବିଏମସି କମିଶନର

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଆଜି ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣର ଶେଷ ଦିନ । ରାଜ୍ୟରେ କୋଭିଡ୍‌ର ଦ୍ବିତୀୟ ଡୋଜ୍‌ ଟିକାଦାନ ବି ଜାରି ରହିଛି । ଏହାରି ମଧ୍ୟରେ ଆଜି କରୋନା ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଛନ୍ତି ବିଏମସସି କମିଶନର ।

ତେବେ କରୋନାର ଦ୍ୱିତୀୟ ଷ୍ଟ୍ରେନ ନେଇ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଯିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ୨ ଷ୍ଟ୍ରେନକୁ ନଜରରେ ରଖି ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି ।

Get real time updates directly on you device, subscribe now.