fbpx

ଗାଇଡଲାଇନ୍ ଜାରି କଲା ବିଏମସି; ନମାନିଲେ ବନ୍ଦ ହେବ ଅଫିସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଶତ ପ୍ରତିଶତ କ୍ଷମତା ସହିତ ଅଫିସ ଚଳାଇବା ନିମନ୍ତେ ଅନୁମତି ମିଳିଛି । ରବିବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି ଗାଇଡ ଲାଇନ୍ ଉଲ୍ଲଂଘନ କଲେ କାର୍ଯ୍ୟାଳୟକୁ ବନ୍ଦ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଶତ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରୁଥିଲେ ହେଁ କାର୍ଯ୍ୟାଳୟର ସମସ୍ତ କର୍ମୀ ସାମାଜିକ ଦୂରତ୍ୱ ନିୟମର ପାଳନ କରିବେ । ମାସ୍କ ପିନ୍ଧିବା ସହିତ ହାତ ସାନିଟାଇଜ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହାର ଉଲ୍ଲଂଘନ ହେଲେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ସହର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ନୂଆ କରେନା ମାମଲା ଦୃଷ୍ଟିକୁ ଆସୁଥିବାରୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କମିଶନର କହିଛନ୍ତି ।

ଆସନ୍ତା ସୋମବାର ଠାରୁ ବିଏମସି ଏନଫୋର୍ସ ଟିମ ଏବଂ ପୋଲିସ ମିଳିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସରକାରୀ ଅଥବା ବେସରକାରୀ ଅଫିସ ଯେଉଁଠାରେ ନିୟମ ଉଲ୍ଲଂଘନ ହେଉଥିବା ତାହାକୁ ବନ୍ଦ କରାଯିବ ବୋଲି କହିଛନ୍ତି କମିଶନର । କୌଣସି ଅଫିସରେ ଏପରି ମାମଲା ସାମ୍ନାକୁ ଆସିଲେ ଅଫିସକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଯିବ ବୋଲି ଜଣାପଡିଛି । ସମସ୍ତ ଅଫିସ ମୁଖ୍ୟ ମାନେ ସଚେତନତା ସୃଷ୍ଟି କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.