fbpx

କୋଭିଡ ନିୟମ ଉଲ୍ଲଙ୍ଘନ: ଭୁବନେଶ୍ୱର ଏହି ଅଞ୍ଚଳରେ ସ୍କୁଲ ସିଲ୍ କଲା ବିଏମସି, ଜାଣନ୍ତୁ କେଉଁଟି?

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସ୍କୁଲ କଲେଜ ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ଚିନ୍ତାମଣୀସ୍ଥିତ ସାଇ ସରସ୍ୱତୀ ସ୍କୁଲକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ ଭାଙ୍ଗିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏସି । ଚିନ୍ତାମଣିଶ୍ୱରରେ ସାଇ ସରସ୍ୱତୀ ବିଦ୍ୟା ମନ୍ଦିରକୁ ବନ୍ଦ କରିଛି ବିଏମସି ।

ତେବେ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତେ୍ୱ ସେଠାରେ ପାଠପଢା ଜାରି ରହିଥିଲା । ନିୟମ ଭାଙ୍ଗି ସ୍କୁଲ ଖୋଲିବା ସହ ନବମ ଶ୍ରେଣୀର ପରୀକ୍ଷା କରୁଥିଲେ କର୍ତ୍ତୃପକ୍ଷ । ଏହାର ଖବର ପାଇବା ମାତ୍ରେ ସମ୍ପୃକ୍ତ ସ୍କୁଲରେ ଚଢାଉ କରିଥିଲା ବିଏମସି ।

Get real time updates directly on you device, subscribe now.