fbpx

ଲକ୍ଷ୍ମୀପୁର ଖେରୀରେ ବଡ ଦୁର୍ଘଟଣା: ଘାଘରା ନଦୀରେ ଓଲଟିଲା ଡଙ୍ଗା, ଭାସିଗଲେ ୧୦ ଜଣ

ଲକ୍ଷ୍ମୀପୁର ଖେରୀ : ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା ମାମଲାରେ ଖୁବ୍ ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ପ୍ରବାହିତ ଘାଘରା ନଦୀରେ ଡଙ୍ଗା ଓଲଟି ଯିବାରୁ ୧୦ ଜଣ ଭାସି ଯାଇଛନ୍ତି । ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଧୌରହରା ତହସିଲର ଇସାନଗର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଏହି ଘଟଣା ଘଟିଛି । ବୁଧବାର ସକାଳେ ଘାଘରା ନଦୀରେ ଡଙ୍ଗା ଓଲଟିବାରୁ ୧୦ ଜଣ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ହେଲେ ଡଙ୍ଗାରେ ବାସ୍ତବରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।

ଘଟଣାର ସୂଚନା ମିଳିବା ମାତ୍ରେ ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଷ୍ଟିମର ଟିମ୍ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୁହାଯାଉଛି ଯେ, ମିର୍ଜାପୁର ଗାଁର ୮ ରୁ ୧୦ ଜଣ ଆଜି ସକାଳେ ଡଙ୍ଗାରେ ନଦି ପାର ହୋଇ ନିଜ ଖେତ ଦେଖିବାକୁ ଯାଇଥିଲେ । ଅନ୍ୟପଟେ ଆଉ କିଛି ଲୋକଙ୍କ କହିବା କଥା ନଦୀରେ ଭାସି ଆସୁଥିବା କାଠ ସଂଗ୍ରହ ପାଇଁ ୧୦ ଜଣ ଡଙ୍ଗା ଧରି ଯାଇଥିଲେ । ହେଲେ ଅଚାନକ ଡଙ୍ଗା ଓଲଟି ପଡିଥିଲା ।

Get real time updates directly on you device, subscribe now.