fbpx

ବବି ମିଶ୍ର ଗିରଫ; ସକାଳୁ ଅଟକ ରଖିଥିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ଗିରଫ କରିଛି ପୋଲିସ । ମଦ ପିଇ ପଡୋଶୀଙ୍କ ସହିତ ଝଗଡା ପାଇଁ ପୋଲିସ ତାଙ୍କୁ ଅଟକ ରଖିଥିଲା। ପଡୋଶୀଙ୍କ ଅଭିଯୋଗ କ୍ରମେ ବବିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ମଦପିଇ ପଡୋଶୀଙ୍କୁ ମାଡ଼ ଓ ଗାଳିଗୁଲଜ କରିଥିବା ନେଇ ବବିଙ୍କ ନାଁରେ ଅଭିଯୋଗ ହୋଇଥିଲା । ଦିନକୁ ଦିନ ବବି ଓ ତାଙ୍କ ସହଯୋଗୀଙ୍କ ଉତ୍ପାତ ବଢ଼ୁଥିବା ଥାନାରେ ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ ପରେ ବବିଙ୍କୁ ଗିରଫ କରାଯାଇଛି ।

ମଦ ପିଇ କାର୍ ପାର୍କିଂକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ପରେ ବବି ପଡ଼ୋଶୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ଏନେଇ ନୟାପଲ୍ଳୀ ଥାନାରେ ଅଭିଯୋଗ କରିଥିଲେ ପଡ଼ୋଶୀ ତପି ମିଶ୍ର । ଫଳରେ ନୟାପଲ୍ଲୀ ପୋଲିସ ବବିଙ୍କ ଅଟକ ରଖି ପଚରାଉଚରା କରୁଛି । କିନ୍ତୁ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବବି ମିଶ୍ର । ସେ କହିଛନ୍ତି , ମୋର ବନ୍ଧୁକ ନାହିଁ କି କୌଣସି ଗ୍ୟାଙ୍ଗଷ୍ଟାର ନାଁରେ ଧମକ ଦେଇନି ।

Get real time updates directly on you device, subscribe now.