fbpx

ଜଙ୍ଗଲରୁ ଉଦ୍ଧାର ହେଲା ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ, ଛୁଟି ନମିଳିବାରୁ ନେଲେ ଚରମ ପଦକ୍ଷେପ

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ । ମୃତ କର୍ମଚାରୀଙ୍କ ପରିଚୟ ମିଳିଛି ଦୟାନିଧି ମହନ୍ତ ଏବଂ ତାଙ୍କ ଘର କେନ୍ଦୁଝର ବୋଲି ଜଣାପଡ଼ିଛି । ତେବେ ତାଙ୍କୁ କାର୍ଯ୍ୟରୁ ଛୁଟି ନମିଳିବା ନେଇ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୂଯାୟୀ, ମଙ୍ଗଳବାର ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଦୟାନିଧିଙ୍କ ମୃତ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ଗାଙ୍ଗପୁର ପୋଲିସ, ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମୃତଦେହ ଉଦ୍ଧାର କରିଥିଲେ ଏବଂ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ତଦନ୍ତ ଆରମ୍ଭ କରିଥିଲା ।

ସେପଟେ ଦୟାନିଧିଙ୍କ ନିକଟରୁ ଅଗ୍ନିଶମ ବିଭାଗର ଗାଡ଼ି ଚାବି, ଆଇଡି କାର୍ଡ ସହ ଏକ ସୁଇସାଇଡ ନୋଟ ମିଳିଥିଲା । ଏହି ସୁଇସାଇଡ ନୋଟରେ ସେ ଛୁଟି ନମିଳିବା କାରଣରୁ ଆତ୍ମହତ୍ୟା କରିଥିବା ନେଇ ଲେଖିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ୟୁପି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପରିବାର କଥା ବୁଝିବାକୁ ନିବେଦନ କରିଛନ୍ତି । ତେବେ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ।

Get real time updates directly on you device, subscribe now.