fbpx

ହଜିଯାଇନି ମାନବିକତା: ରାମ ନାମ ସତ୍ୟ ହୈ ଗାଇ ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍

ସୁନ୍ଦରଗଡ, ୧୦/୦୫(ଓଡିଶା ଭାସ୍କର) : ହିନ୍ଦୁ-ମୁସଲିମ୍ ମଧ୍ୟରେ ବିବାଦ ଆମେ ଅନେକ ସମୟରେ ଆମ ସମାଜରେ ଦେଖିବାକୁ ପାଇଥାଉ । ହେଲେ ବିବାଦ ସମତେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ସୁନ୍ଦର ସମ୍ପର୍କ ପରିପୂରକ ଭାବରେ ଗଢ଼ି ଉଠିଥାଏ । ଏହିଭଳି କିଛି ସମ୍ପର୍କର ଜ୍ୱଳନ୍ତ ଉଦାହରଣ ଦେଖି ବାକୁ ମିଳିଛି ସୁନ୍ଦରଗଡ ଜିଲ୍ଳାରେ । ତାହା ହେଉଛି ଜଣେ ମୁସଲମାନ ଯୁବକ, ମୁହଁରେ ହିନ୍ଦୁ ପ୍ରାର୍ଥନା ଗାନ କରି ଜଣେ ହିନ୍ଦୁଙ୍କ ଶବ ସତ୍କାରରେ ସାମିଲ ହେଲେ । ଆଉ ଯେଉଁ ସବୁ ରୀତିନୀତି ମଶାଣୀରେ ହୁଏ ସେ ସବୁ କିଛି ସେ ପାଳନ କରିଥିଲେ । ଏପରି କରିବାର କାରଣ ହେଲା ଉକ୍ତ ହିନ୍ଦୁ ପରିବାର ସହ ତାଙ୍କର ଏକ ଭଲ ସମ୍ବନ୍ଧ ଗଢ଼ି ଉଠିଥିଲା । ତେଣୁ ସେହ ସମ୍ବନ୍ଧ ଆଧାରରେ ସେ ମଶାଣୀ ପର୍ଯ୍ୟନ୍ତ ଚାଲି ଯାଇଥିଲେ । କିନ୍ତୁ ମୁଖାଗ୍ନି ମୃତକଙ୍କ ପୁତୁରା ଦେଇଥିଲେ । ହେଲେ ଉକ୍ତ ମୁସଲମାନ ଯୁବକ ଜଣକ ମଶାଣୀ ବନ୍ଧୁ ମାନଙ୍କ ସହ ମିଶି ରାମ ନାମ ସତ୍ୟ ହୈ ଗାଇବା ସହ କୋକେଇ ସହିତ ଜୁଇ ଚାରିପାଖରେ ଘେରା ମାରିଥିଲେ । ସବୁ କିଛି ହିନ୍ଦୁଙ୍କ ପରମ୍ପରା ଅନୁଯାୟୀ ନିଭେଇ ଥିଲେ । ଏହା ମାନବିକତାର ଚିତ୍ର ନୁହଁ ତ ଆଉ କଣ ହୋଇପାରେ । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ମଶାଣୀରେ ତାଙ୍କ ସହ ଥିବା ଜଣେ ବନ୍ଧୁ କହିଛନ୍ତି ଯେ, ଶନିବାର ବନ୍ଧପାଲିର ଜଣେ ବ୍ୟକ୍ତିଙ୍କର କରୋନାରେ ପ୍ରାଣ ଚାଲିଯାଇଥିଲା । ଆଉ ରାତି ପ୍ରାୟ ସାଢ଼େ ୮ଟାରେ ଏନଟିପିସି କୋଭିଡ୍ କେନ୍ଦ୍ରରୁ ଶବ ମଶାଣୀକୁ ଆସିଥିଲା । ତେବେ ମୃତକଙ୍କ କୌଣସି ପୁଅ ନଥିବା ବେଳେ ତାଙ୍କର ଏକ ମାତ୍ର ଝିଅ ଯିଏକି ଇଂଲଣ୍ଡରେ ରହନ୍ତି । ତେଣୁ ମୃତକଙ୍କ ବଡ ଭାଇଙ୍କ ପୁଅ ମୁଖାଗ୍ନି ଦେବା ନିମନ୍ତେ ଆସିଥିଲେ । ଆଉ ପୁତୁରାଙ୍କ ଜଣେ ଯୁବକ ଆସିଥିଲେ ସେ ହେଉଛନ୍ତି ରହମତ ଅଲ୍ଲୀ । ମୃତକ ଜଣକ କରୋନା ସଂକ୍ରମଣରେ ଅସୁସ୍ଥ ହେବା ପରେ ତାଙ୍କୁ କୋଭିଡ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଅସୁସ୍ଥ ପରଠାରୁ ହସ୍ପିଟାଲରେ ଥିବା ରହମତ ଅଲ୍ଲୀ ଶବ ସହ ମଶାଣିକୁ ଆସିଥିଲେ । ମୃତକଙ୍କ ପୁତୁରା ସହ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରି ଫେରିଥିଲେ ।

Get real time updates directly on you device, subscribe now.