fbpx

ବିବାହ ପୂର୍ବରୁ ସେକ୍ସ କରିବା ଓ ଗର୍ଭବତୀ ହେବା ଆମର ବ୍ୟକ୍ତିଗତ ପସନ୍ଦ: ବଲିଉଡ୍ ଅଭିନେତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କକୁ ନେଇ ଅନେକ ସମୟରେ ବଡ଼ ବଡ଼ ସେଲିବ୍ରେଟିମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥାନ୍ତି । ତେବେ ସେକ୍ସ ଓ ଗର୍ଭଧାରଣକୁ ନେଇ ନିକଟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ବଲିଉଡ ଅଭିନେତ୍ରୀ । ଶାରୀରିକ ସମ୍ପର୍କ ଓ ପ୍ରେଗନାନ୍ସି ଜଣଙ୍କର ବ୍ୟକ୍ତିଗତ ପସନ୍ଦ । ଜଣେ ସେଲିବ୍ରେଟି ନିଜର ନିଷ୍ପତ୍ତି ନିଜେ ନେଇପାରିବ । ଆଜିକାଲିର ଲୋକମାନେ ଅନ୍ୟମାନଙ୍କ ଠାରୁ ଅଧିକ ଭଲ ବୋଲି ଦେଖାଇ ହେଉଥିବା ଅଭିନେତ୍ରୀ ଜଣଙ୍କ କହିଛନ୍ତି ।

ତେବେ ଏପରି ବୟାନ ଦେଇଥିବା ବଲିଉଡ୍ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଦୀୟା ମିର୍ଜା । ଦୀୟା ଗତ ୨୦୨୧ରେ ବିଜିନେସମ୍ୟାନ ବୈଭବ ରେଖୀଙ୍କୁ ବିବାହ କରିଥିଲେ । ଉକ୍ତ ବିବାହ ଦୀୟାଙ୍କର ଦ୍ୱିତୀୟ ବିବାହ ହୋଇଥିବା ବେଳେ ସେ ମ୍ୟାରେଜ ପୂର୍ବରୁ ଗର୍ଭବତୀ ଥିଲେ । ସେ ସମୟରେ ଅଭିନେତ୍ରୀଙ୍କ ପ୍ରେଗନାନ୍ସିକୁ ନେଇ ଅନେକ ପ୍ରଶ୍ନ ଉଠିବା ସହ ଟ୍ରୋଲ କରାଯାଇଥିଲା । ତେବେ ଗର୍ଭଧାରଣ କାରଣରୁ ସେ ବିବାହ କରିନଥିଲେ ବୋଲି ଦୀୟା ସଫେଇ ଦେଇଥିଲେ ।

ନିକଟରେ ଦୀୟା ଏକ ସାକ୍ଷାତକାର ଅବସରରେ ନିଜର ବିବାହ ପୂର୍ବରୁ ସେକ୍ସ ଓ ଗର୍ଭଧାରଣକୁ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ବ୍ୟକ୍ତିଗତ ପସନ୍ଦ କ୍ଷେତ୍ରରେ ସେଲିବ୍ରେଟିମାନେ ନିଜର ନିଷ୍ପତ୍ତି ଭଲ ଭାବେ ନେଇ ପାରନ୍ତି । କୌଣସି ପଦକ୍ଷେପ ନେବାକୁ ସେମାନେ ଡରନ୍ତି ନାହିଁ । ବିବାହ ପୂର୍ବରୁ ଏଭଳି ସମ୍ପର୍କକୁ ନେଇ ଆମ ସମାଜର କିଛି ଲୋକ ଖରାପ ବୋଲି ଭାବିଥାନ୍ତି । ଆଉ କିଛି ଏହାକୁ ବ୍ୟକ୍ତିଗତ ପସନ୍ଦ ବୋଲି ଗ୍ରହଣ କରିଥାନ୍ତି । ଯେଉଁମାନେ ଏପରି ପଦକ୍ଷେପ ନେଉଛନ୍ତି ତାହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ସୂଚନାଯୋଗ୍ୟ ଯେ, ଦୀୟା ଖୁବଶୀଘ୍ର ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଭୀଡ଼’ ମାଧ୍ୟମରେରେ ପରଦାକୁ ଆସିବେ ।

Get real time updates directly on you device, subscribe now.