fbpx

ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସ୍ୱାସ୍ଥବ୍ୟସ୍ଥା ଖରାପ; ହସ୍ପିଟାଲରେ କରାଗଲା ଭର୍ତ୍ତି

ମୁମ୍ବାଇ: ସାଉଥ ତଥା ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ ନିଜର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ତେବେ ଏହି ଖବର ତାଙ୍କ ବୃତ୍ତିଗତ ଲାଇଫକୁ ନେଇ ନୁହେଁ ବରଂ ବ୍ୟକ୍ତି ଜୀବନକୁ ନେଇ ଆସିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ମିଳିଥିବା ସୂଚନା ସାଉଥ ତଥା ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ଇଲିଆନା ଡି କ୍ରୁଜଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଜଣାପଡିଛି । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ନିଜେ ଅଭିନେତ୍ରୀ ଇଲିଆନା ସୂଚନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରମ ଆକାଉଣ୍ଟ ରେ ହସ୍ପିଟାଲ ବେଡରୁ ନିଜର ଏକ ଫଟୋ ସେୟାର କରିଛନ୍ତି । ଏଥିସହିତ ସେ ତାଙ୍କ ଫ୍ୟାନ୍ସଙ୍କୁ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ କହିଛନ୍ତି । ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହି କଥାକୁ ସହଜରେ ଗ୍ରହମ କରିପାରୁ ନାହାଁନ୍ତି ।

ପ୍ରକୃତରେ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ହସ୍ପିଟଲରେ ଥିବା ବେଳେ ନିଜ ଇନଷ୍ଟାଗ୍ରମରେ କିଛି ଫଟୋ ସେୟାର କରିଥିଲେ । ଏଥିସହିତ କ୍ୟାପସନରେ ଲେଖିଥିଲେ ଦିନକ ମଧ୍ୟରେ କେତେ କଣ ବଦଳିଯାଏ । ତେବେ ଇଲିଆନାଙ୍କ ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସମାନେ କମେଣ୍ଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ଇଲିାନା ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏତତ୍ ବ୍ୟତୀତ ହସ୍ପିଟାଲରେ ତାଙ୍କୁ ତୁରନ୍ତ ଏବଂ ଭଲ ଚିକିତ୍ସା ପରେ ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.