ରକ୍ତ ରଞ୍ଜିତ ପୂର୍ବରୁ ଶୁଟ୍ ହୋଇଥିଲା ଏହି ସବୁ ରୋମାଣ୍ଟିକ୍ ଫିଲ୍ମ
ଅଶାନ୍ତର ବାତାବରଣ ଭିତରେ ଯାଇଥିଲେ ପହଲଗାମ । ଆଉ କ୍ୟାମେରା ଲେନ୍ସରେ କଏଦ କରିଥିଲେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ
କଶ୍ମୀରର ପହଲଗାମ । ସୌନ୍ଦର୍ଯ୍ୟର ଗନ୍ତାଗର । ଏହି ଅଞ୍ଚଳକୁ ମିନି ସ୍ୟୁଜରଲ୍ୟାଣ୍ଡ ବୋଲି କୁହାଯାଏ । ଯାହା ମାୟାନଗରୀର ବଡ଼ବଡ଼ ଅଭିନେତା ଓ ନିର୍ଦ୍ଦେଶକଙ୍କୁ ଆକର୍ଷିତ କରିଥିଲା । ଅଶାନ୍ତର ବାତାବରଣ ଭିତରେ ଯାଇଥିଲେ ପହଲଗାମ । ଆଉ କ୍ୟାମେରା ଲେନ୍ସରେ କଏଦ କରିଥିଲେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ । ଯାହାକୁ ଫିଲ୍ମରେ ସଜାଇ ଦର୍ଶକଙ୍କୁ ପରଷି ଦେଉଥିଲେ । ଯେଉଁଥିପାଇଁ ପହଲଗାମ ପାଲଟିଥିଲା ପର୍ଯ୍ୟଟନର ନୂଆ ଠିକଣା । ହେଲେ ଆପଣ ଜାଣିଛନ୍ତି ପ୍ରକୃତିର ଏହି ଭୂସ୍ୱର୍ଗରେ ତିଆରି ହୋଇଛି ଅନେକ ଫିଲ୍ମ । ଆସନ୍ତୁ ତାହା ଉପରେ ନଜର ପକାଇବା ।
ପହଲଗାମରେ ଶୁଟ୍ ହୋଇଥିବା ଫିଲ୍ମ
ବରସାତ
୧୯୪୯ ମସିହାରେ ବଡ଼ ପରଦାକୁ ଆସିଥିଲା ‘ବରସାତ’ ଫିଲ୍ମ । ଏହି ଫିଲ୍ମର କିଛି ଅଂଶ କଶ୍ମୀର ଓ ପହଲଗାମ ଅଞ୍ଚଳରେ ଶୁଟ୍ ହୋଇଥିଲା । ରାଜ କାପୁରଙ୍କ ନିର୍ଦ୍ଦେଶନ ଓ ଅଭିନୟରେ ଏହି ଫିଲ୍ମରେ ପ୍ରେମନାଥ, ନର୍ଗିସ ଦତ୍ତ, ନିମ୍ମିଙ୍କ ପରି ତାରକାମାନେ ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମ ସୁପର ହିଟ୍ ହୋଇଥିଲା ।
କଶ୍ମୀର କି କଲି
ରୋମାଣ୍ଟିକ ଫିଲ୍ମ ‘କଶ୍ମୀର କି କଲି’ ୧୯୬୪ ମସିହାରେ ରିଲିଜ ହୋଇଥିଲା । ଏଥିରେ ଶମି କପୁର ଓ ଶର୍ମିଲା ଟାଗୁର ଅଭିନୟ କରିଥିଲେ । ଶକ୍ତି ସାମନ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି କଶ୍ମିର ଘାଟିରେ ଶୁଟ୍ ହୋଇଥିଲା । ଶ୍ରୀ ସାମନ୍ତ ଅତି ସୁନ୍ଦର ଭାବେ କଶ୍ମୀର ପ୍ରାକୃତିକ ସୌର୍ନ୍ଦ୍ୟକୁ ପରଦାରେ ଦେଖାଇଥିଲେ ।
କଭି କଭି
୧୯୭୬ ମସିହାରେ ଆସିଥିବା ‘କଭି କଭି’ ଫିଲ୍ମ । ନିର୍ଦ୍ଦେଶକ ୟସ ଚୋପ୍ରା ଫିଲ୍ମରେ ରୋମାନ୍ସ ଓ କଶ୍ମୀରର ସୁନ୍ଦର ଭୂପୃଷ୍ଠକୁ ଦେଖାଇଥିଲେ। ଏହି ଫିଲ୍ମରେ ଅମିତା ବଚ୍ଚନ, ରେଖା ଓ ଋଷି କାପୁର ଅଭିନୟ କରିଥିଲେ ।
ସିଲସିଲା
୧୯୮୧ ମସିହାରେ ରିଲିଜ୍ ହୋଇଥିବା ‘ସିଲସିଲା’ ଏକ ଲଭ୍ ଟ୍ରାଙ୍ଗଲ କାହାଣୀ । ଯେଉଁଥିରେ କଶ୍ମୀରର ଦୃଶ୍ୟ ଦେଖାଯାଇଛି।
ବେତାବ
୧୯୮୩ ମସିହାରେ ଆସିଥିଲା ‘ବେତାବ’ । ଏହି ଫିଲ୍ମରେ ଅମୃତା ସିଂହ ଓ ସନ୍ନ ଦେୱେଲ ଡେବ୍ୟୁ ମୁଭି। ଏହାର ଶୁଟିଂ ପହଲଗାମରେ ହୋଇଥିଲା। ଏହି ଫିଲ୍ମ ପରେ ସେଠାର ଘାଟିକୁ ‘ବେତାବ ଭ୍ୟାଲି’ ବୋଲି କୁହାଯାଏ।
ମିଶନ କଶ୍ମୀର
୨୦୦୦ ମସିହାରେ ଆସିଥିବା ‘ମିଶନ କଶ୍ମୀର’ । ଆତଙ୍କବାଦ, ଧାର୍ମିକ ସଂଘର୍ଷ ଓ ପ୍ରେମକୁ ଏକା ସାଥୀରେ ଦେଖିବାକୁ ମିଳିଥିଲା । ରିତିକ ରୋଶନ, ସଞ୍ଜୟ ଦତ୍ତ ଓ ପ୍ରତି ଜିଣ୍ଟାଙ୍କ ପରି କଳାକାରମାନେ ଏଥିରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅନେକ ସିନ୍ କଶ୍ମୀରରେ ଶୁଟିଂ ହୋଇଥିଲା । ଆଉ ସିନେ ପ୍ରେମୀଙ୍କ ମନ ଜିଣିଥିଲା ।
ଜବ ତକ ହେ ଜାନ
୨୦୧୨ ମସିହାରେ ରିଲିଜ୍ ହୋଇଥିଲା ‘ଜବ ତକ ହେ ଜାନ’ । ଶାହାରୁଖ ଖାନଙ୍କ ଅଭିନିତ ଏହି ଫିଲ୍ମ ସୁପର ଡୁପର ହିଟ୍ ହୋଇଥିଲା । ଏହାର କିଛି ସିନ୍ ପହଲଗାମରେ ଶୁଟ୍ ହୋଇଥିଲା।
ଏ ଜୱାନୀ ହେ ଦିୱାନୀ
୨୦୧୩ ମସିହାରେ ଆସିଥିବା ‘ଏ ଜୱାନୀ ହେ ଦିୱାନୀ’ରେ ରଣବିର କାପୁର ଓ ଦୀପିକା ପାଦୁକୋଣ ଅଭିନୟ କରିଥିଲେ। ଏହି ଫିଲ୍ମର କିଛି ସିନ୍ ପହଲଗାମ ଓ ଗୁଲମର୍ଗରେ ଶୁଟ୍ ହୋଇଥିଲା।
ହୈଦର
୨୦୧୪ ମସିହାରେ ବଡ଼ପରଦାକୁ ଆସିଥିଲା ‘ହୈଦର’ । ଶାହିଦ କପୁରଙ୍କ ଅଭିନିତ ଏହି ଫିଲ୍ମରେ ଅନେକ ସିନ ପହଲଗାମ ଓ କଶ୍ମୀର ଘାଟି ସୁନ୍ଦର ସୁନ୍ଦର ଲୋକେସନ୍ରେ ଶୁଟ ହୋଇଥିଲା।
ହାଇୱେ
୨୦୧୪ ମସିହାରେ ଆସିଥିବା ‘ହାଇୱେ’ ଫିଲ୍ମରେ ଆଲିଆ ଭଟ୍ଟ ଓ ରଣଦୀପ ହୁଡ୍ଡା ଅଭିନୟ କରିଥିଲେ। ଏହାର କ୍ଲାଇମାକ୍ସ ସିନ ପହଲଗାମରେ ଶୁଟ୍ ହୋଇଥିଲା।
ବଜରଙ୍ଗୀ ଭାଇଜାନ
୨୦୧୫ ମସିହାରେ ବକ୍ସ ଅଫିସରେ ହିଟ୍ ହୋଇଥିବା ‘ବଜରଙ୍ଗୀ ଭାଇଜାନ’ । ଏଥିରେ ଅଭିନୟ କରିଥିଲେ ସଲମାନ ଖାନ । ଏହି ଫିଲ୍ମର ଅନେକ ସିନ୍ କଶ୍ମୀର ଓ ପହଲଗାମରେ ଶୁଟ୍ ହୋଇଥିଲା।
ଲୈଲା ମଜନୁ
୨୦୧୮ ମସିହାରେ ରିଲିଜ ହୋଇଥିଲା ‘ଲୈଲା ମଜନୁ’ । ଏହି ଫିଲ୍ମରେ ତୃପ୍ତି ଡିମ୍ରୀ ଅଭିନୟ କରିଥିଲେ। ଏହାର ଶୁଟିଂ ପହଲଗାମ ଘାଟିରେ ହୋଇଥିଲା। ଏହି ଫିଲ୍ମ ୨୦୨୪ ମସିହାରେ ଆଉ ଥରେ ରିଲିଜ ହୋଇଥିଲା ।
ରାଜୀ
୨୦୧୮ ମସିହାରେ ଆସିଥିବା ‘ରାଜୀ’ ଫିଲ୍ମରେ ପାକିସ୍ତାନର ପୃଷ୍ଠଭୂମି ଦେଖାଇବାକୁ ମିଳିଥିଲା । ଏହି ଫିଲ୍ମର ଅନେକ ସିନ୍ ପହଲଗାମ ଅଞ୍ଚଳରେ ଶୁଟ୍ ହୋଇଥିଲା। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ଭିକ୍କି କୌଶଲ ଅଭିନୟ କରିଥିଲେ ।
