fbpx

ଫିପା ବିଶ୍ୱ କପକୁ ନେଇ ଟ୍ରୋଲ ହେଲେ ନୋରା ଫତେହି: ୟୁଜର୍ସ କହିଲେ ତ୍ରିରଙ୍ଗାକୁ ସମ୍ମାନ ଦିଅ

ମୁମ୍ବାଇ: ନୋରା ତାଙ୍କର ଦମଦାର ଡ୍ୟାନ୍ସ ଏବଂ ଏବଂ ଗ୍ଲାମରସ୍ ଲୁକ୍ ପାଇଁ ଦେଶ ତଥା ବିଦେଶରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ତାଙ୍କର ଏହି ଲୋକପ୍ରିୟତାକୁ ଦେଖି କାତରାରେ ଚାଲିଥିବା ଫିପା ବିଶ୍ୱକପ୍ ୨୦୨୨ରେ ନିଜର ନୃତ୍ୟ ପ୍ରଦର୍ଶନ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଠାରେ ନୋରା ଡ୍ୟାନ୍ସ କରିବା ସହ ତ୍ରିରଙ୍ଗା ମଧ୍ୟ ଉଡାଇଥିଲେ । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ଭିଡିଓକୁ ନେଇ ଅଭିନେତ୍ରୀ ନୋରା ଫତେହି ଟ୍ରୋଲ ହେଉଛନ୍ତି ।

କାରଣ ନୋରା ତ୍ରିରଙ୍ଗା ଓଲଡା ଧରିବା ସହ ଏହାକୁ ନିଜ ଉପରେ ଗୁଡାଇଥିଲେ । ଏଥିସହିତ ତ୍ରିରଙ୍ଗାକୁ ଅପମାନିତ କରିଥିବା ବର୍ତ୍ତମାନ ଅଭିଯୋଗ ହେଉଛି । ଯାହାକୁ ନେଇ ନୋରାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି । ତେବେ ଅଭିନେତ୍ରୀ ନୋରା ଫତେହି କାତରା ଚାଲିଥିବା ଫିଫା ୱାଲର୍ଡରେ ସାମିଲ ହେବା ସହ ମଞ୍ଚରେ ଡ୍ୟାନ୍ସ କରିବା ସହ ଜୟ ହିନ୍ଦର ନାରା ଦେଇଥିଲେ । ଏଥିସହିତ ଏହା ମଧ୍ୟ କହିଥିଲେ ଯେ ଭାରତ ହୁଏତ ଫିଫା ବିଶ୍ୱକପ୍‌ର ଅଂଶ ହୋଇନପାରେ, କିନ୍ତୁ ଆମେ ଏହି ଉତ୍ସବର ଏକ ଅଂଶ ।

ତେବେ ନୋରାଙ୍କର ଏହି ଶବ୍ଦ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଉତ୍ସାହିତ କରିଥିଲା ଏବଂ ଇଣ୍ଡିଆ, ଇଣ୍ଡିଆ ଶବ୍ଦରେ ପୁରା ଷ୍ଟାଡିୟମ ପ୍ରକମ୍ପିତ ହୋଇଯାଇଥିଲା । କିନ୍ତୁ ସେହି ସମୟରେ ନୋରା ତ୍ରିରଙ୍ଗା ସହିତ ଡ୍ୟାନ୍ସ କରିବା ସହ ଏହାକୁ ଓଲଡା ଧରିଥିଲେ । ସବୁଠାରୁ ବଡ କଥା ହେଉଛି ତ୍ରିରଙ୍ଗାକୁ ନୋରା ତଳୁ ଉଠାଇଥିଲେ ଏବଂ ଏହାପରେ ତକୁ ନିଜ ଦେହରେ ଗୁଡାଇ ହୋଇଥିଲେ । ସତେ ଯେପରି ଏହା ଦେଶର ପତାକା ନୁହେଁ , ଏହା ଏକ ପୋଷାକ । ତେବେ ତ୍ରିରଙ୍ଗା ପ୍ରତି ନୋରାଙ୍କର ଏପରି ବ୍ୟବହାର ତାଙ୍କୁ ଅଡୁଆରେ ପକାଇଛି । ଏଥିସହିତ ସେ ଖୁବ ଟ୍ରୋଲ ହେଉଛନ୍ତି ।

ନୋରାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହି ଭିଡିଓ ଉପରେ ନିଜର ମତ ଦେବା ସହ ତ୍ରିରଙ୍ଗାକୁ ନୋରା ଅପମାନିତ କରିଥିବା କହିଛନ୍ତି । ଏଥିସହିତ ଅନ୍ୟ କିଛି ୟୁଜର୍ସ କହିଛନ୍ତି ନୋରା ଫତେହିଙ୍କ ଏପରି ବ୍ୟବହାର ପାଇଁ ତାଙଅକୁ ଦଣ୍ଡ ମିଳିବା ଉଚିତ୍ । ତେବେ ନୋରାଙ୍କ ଏହି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବା ସହ ଏହାକୁ ନେଇ ଅଭିନେତ୍ରୀଙ୍କ ଅଡୁଆ ବଢିଛି ।

 

 

View this post on Instagram

 

A post shared by Arshin k madhu (@arshin_k_madhu)

Get real time updates directly on you device, subscribe now.