fbpx

ସିଭିଲ କୋର୍ଟରେ ବୋମା ବିସ୍ଫୋରଣ, ଜଣେ ପୋଲିସକର୍ମୀ ଆହତ

ବିହାର ରାଜଧାନୀ ପାଟଣାର ସିଭିଲ କୋର୍ଟ ପରିସରରେ ଏକ ବୋମା ବିସ୍ଫୋରଣ ହୋଇଛି ଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ବମ୍ ରେ ବିସ୍ଫୋରଣ ହୋଇଛି ତାହାକୁ ଜଣେ ପୋଲିସକର୍ମୀ କୋର୍ଟକୁ ନେଇଆସିଥିଲେ । ବିସ୍ଫୋରଣରେ ଜଣେ ପୋଲିସକର୍ମୀ ଆହତ ହୋଇଥିବା ନେଇ ଖବର ଆସିଛି, ତାଙ୍କୁ ସଙ୍ଗେ ସଙ୍ଗେ ପିଏମସିଏଚରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଉଛି । ଅନ୍ୟପଟେ କୋର୍ଟରେ ବମ୍ ବିସ୍ଫୋରଣ ହେବା ପରେ କାର୍ଯ୍ୟାଳୟରେ ଧୂଆଁମୟ ହୋଇଯାଇଥିଲା । ଲୋକଙ୍କ ଗହଳି ଜମିବାରେ ଲାଗିଥିଲା ।

ସୂଚନା ଅନୂଯାୟୀ, ଗତକାଲି କଦମକୁଆଁ ଥାନା ପୋଲିସ ପଟେଲ ଛାତ୍ରାବାସରେ ରେଡ କରି ବମ୍ ଜବତ କରିଥିଲେ । ଏଫଏସଏଲ ଯାଞ୍ଚର ଆଦେଶ ପାଇଁ ଶୁକ୍ରବାର ଦ୍ୱିପ୍ରହରରେ ପୋଲିସ ଅଧିକାରୀ ବମ୍ ନେଇ ସିଭିଲ କୋର୍ଟରେ ଅଭିଯୋଜନ କକ୍ଷରେ ପହଞ୍ଚିଥିଲେ । ଏହି ସମୟରେ ହଠାତ୍ ବମ୍ ପୋଲିସ କର୍ମୀଙ୍କ ହାତରେ ଫାଟିଥିଲା । ତେବେ ଘଟଣା ପରେ ପୋଲିସ ମୁଖ୍ୟ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଏଫଏସଏଲ ଟିମ୍ ତଥା ଡଗ୍ ସ୍କାଡ୍ ଯାଞ୍ଚ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

କୁହାଯାଉଛି ବମ୍ କୁ ପ୍ରମାଣ ଭାବରେ କୋର୍ଟକୁ ଅଣାଯାଇଥିଲା । ଅଭିଯୋଜନ କକ୍ଷରେ ହୋଇଥିବା ବମ୍ ବ୍ଲାଷ୍ଟକୁ ନେଇ କୁହାଯାଉଛି ଯେ ଜବତ କରାଯିବା ପରେ ବମ୍ କୁ ଠିକ୍ ଭାବରେ ନିଷ୍କ୍ରିୟ କରାଯାଇନଥିଲା । ଏହି କାରଣରୁ ବମ୍ ବ୍ଲାଷ୍ଟ ହୋଇଥିଲା । ପୋଲିସ ଏହି ସବୁ ଦିଗକୁ ଧ୍ୟାନରେ ରଖି ଯାଞ୍ଚ କରୁଛି ।

Get real time updates directly on you device, subscribe now.