fbpx

ତେହରାନରୁ ଚୀନ ଯାଉଥିବା ବିମାନରେ ବୋମା ନେଇ ହଇଚଇ, ଦିଲ୍ଲୀ ଏଟିସିରୁ ସାହାଯ୍ୟ ମାଗିଥିଲେ ପାଇଲଟ୍

ନୂଆଦିଲ୍ଳୀ: ଇରାନର ତେହରାନରୁ ଚୀନ ଯାଉଥିବା ଏକ ଇରାନୀ ବିମାନରେ ବମ୍ ଥିବା ନେଇ ସୂଚନା ମିଳିବା ପରେ ହଇଚଇ ସୃ୍ଷ୍ଟି ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଭାରତୀୟ ବାୟୁସେନା ଆଲର୍ଟ ମୋଡରେ ଆସିଥିଲା, ଏବଂ ଦୁଇ ଲଢ଼ୁଆ ବିମାନକୁ ଏହା ପଛରେ ନିୟୋଜିତ କରାଯାଇଥିଲା । କୁହାଯାଉଛି ଯେ ବିମାନର ପାଇଲଟ ବିମାନକୁ ଦିଲ୍ଲୀରେ ଓହ୍ଲାଇବାକୁ ଚାହୁଥିଲେ । ଏଥିପାଇଁ ପାଇଲଟ ଦିଲ୍ଲୀ ଏଟିସିକୁ ସାହାଯ୍ୟ ମାଗିଥିଲେ । ଯାହାପରେ ତାଙ୍କୁ ଜୟପୁର ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅବଶ୍ୟ, ପାଇଲଟ ବିମାନକୁ ଜୟପୁର ନେବାକୁ ମନା କରିଥିଲେ ଏବଂ ସେ ସିଧା ଚୀନ ଆଡ଼କୁ ବଢ଼ିଥିଲା ।

ଏନଏନଆଇର ରିପୋର୍ଟ ଅନୂଯାୟୀ ଇରାନର ତେହରାନରୁ ଚୀନ ଗ୍ୱାଙ୍ଗଝୁ ରାସ୍ତାରେ ଯାଉଥିବାବେଳେ ମହାନ ଏୟାର ଦିଲ୍ଳୀ ବିମାନ କ୍ଷେତ୍ରର ଏଟିସି ସମ୍ପର୍କ କରିଥିଲା ଏବଂ ଦିଲ୍ଲୀରେ ଇମରଜେନ୍ସି ଲାଣ୍ଡିଂ ପାଇଁ ଅନୁମତି ମାଗିଥିଲେ । କିନ୍ତୁ ବିମାନକୁ ଜୟପୁର ଯିବାକୁ କୁହାଯାଇଥିଲା । ଆଉ ଯେତେବେଳେ ପାଇଲଟ ବିମାନକୁ ଜୟପୁର ନେବାକୁ ମନା କରିଦେଇଥିଲେ ସେତେବେଳେ ଭାରତୀୟ ଏୟାରଫୋର୍ସକୁ ଆକ୍ଟିଭ ହୋଇଯାଇଥିଲା ।

ରିପୋର୍ଟ ଅନୂଯାୟୀ, ଇରାନୀ ବିମାନ ଚୀନ ଆଡ଼କୁ ଯାଉଥିଲା ଏବଂ ଯେତେବେଳେ ଏହା ଭାରତୀୟ ବାୟୁ ସୀମାରେ ଆସିଥିଲା ସେତେବେଳେ ବିମାନକୁ ପାଇଲଟ୍ ଭାରତୀୟ ବିମାନ ବାୟୁ କ୍ଷେତ୍ରର ଦିଲ୍ଲୀ ୟୁନିଟକୁ ସାହାଯ୍ୟ ମାଗିଥିଲା । ଯାହାପରେ ପଞ୍ଜାବ ଏବଂ ଯୋଧପୁର ଏୟାରବେସ୍ ରୁ ଭାରତୀୟ ବାୟୁସେନାର ସୁଖୋଇ-୩୦ ଏମକେଆଇ ଜେଟ୍ ଫାଇଟର ପ୍ଲେନ୍ କୁ ବିମାନ ପଛରେ ନିୟୋଜିତ କରାଯାଇଥିଲା ।

ତେବେ ଫ୍ଲାଇଟରାଡାର୨୪ ର ଡାଟାରୁ ଜଣାପଡ଼ୁଛି ଯେ ବିମାନକୁ ଭାରତୀୟ ବାୟୁ କ୍ଷେତ୍ର ବାହାରକୁ ବାହାରୁଥିବାର ଦେଖାଯାଇଛି । କିନ୍ତୁ ଯେତେବେଳେ ଏହା ଦିଲ୍ଲୀ-ଜୟପୁର ବାୟୁ କ୍ଷେତ୍ରରେ କିଛି ସମୟ ପାଇଁ ଆସିଥିଲା ସେତେବେଳେ ତାହା ଲଗାତାର କମ୍ ଉଚ୍ଚତାରେ ଉଡ଼ାଣ ଭରୁଥିଲା ।

 

Get real time updates directly on you device, subscribe now.