ଦିପାବଳୀ ପୂର୍ବରୁ ବୋନସ୍ ଘୋଷଣା କଲେ ସରକାର, BMC କର୍ମଚାରୀଙ୍କୁ ମିଳିବ ୩୪,୫୦୦ ବୋନସ୍ ଟଙ୍କା !
ଦିପାବଳୀ ପୂର୍ବରୁ BMC କର୍ମଚାରୀଙ୍କୁ ସରକାରଙ୍କ ବୋନସ୍।
ମହାରାଷ୍ଟ୍ର: ପାଖେଇ ଆସିଛୁ ଦିପାବଳୀ। ହାତରେ ଆଉ ମାତ୍ର ୨-୪ ଦିନ। ଆଉ ଏହା ପୂର୍ବରୁ ନଗର ନିଗମର କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁମ୍ବାଇର ତିନୋଟି ନଗର ନିଗମ (BMC) କର୍ମଚାରୀଙ୍କ ପାଇଁ ଦିପାବଳୀ ବୋନସ୍ ଘୋଷଣା କରିଛନ୍ତି।
BEST କର୍ମଚାରୀଙ୍କ ପାଇଁ ୩୧,୦୦୦ ଟଙ୍କା ଥାନେ କର୍ମଚାରୀଙ୍କ ପାଇଁ ୨୪,୫୦୦ଟଙ୍କା ଏବଂ ନଭି ମୁମ୍ବାଇ କର୍ମଚାରୀଙ୍କ ପାଇଁ ୩୪,୫୦୦ଟଙ୍କା ଦୀପାବଳି ବୋନସ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତୁରନ୍ତ ଟଙ୍କା ବଣ୍ଟନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତବର୍ଷ BMC ବୋନସ୍: ଗତ ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ, ଏକନାଥ ସିନ୍ଦେ ସମସ୍ତ BMC କର୍ମଚାରୀଙ୍କ ପାଇଁ ୨୮,୦୦୦ ଟଙ୍କାର ବୋନସ ଘୋଷଣା କରିଥିଲେ। ୨୦୨୩ ରେ ୨୫,୦୦୦ଟଙ୍କା ବୋନସ ଘୋଷଣା କରାଯାଇଥିଲା।
