Border 2 Box Office Collection: ମାଲାମାଲ କଲାଣି ବର୍ଡର-୨ ସିନେମା! ୩୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିବ ଏହି ଚଳଚ୍ଚିତ୍ର…
୩୦୦ କୋଟି ଆୟ କଲାଣି ବର୍ଡର-୨ ସିନେମା !
ଓଡିଶା ଭାସ୍କର: ୩୦୦ କୋଟି ବକ୍ସ ଅଫିସରେ ଏଣ୍ଟ୍ରି ମାରିଲା ବର୍ଡର-2 ସିନେମା। ଅନେକ ଦିନ ଅପେକ୍ଷାର ଅନ୍ତ ଘଟିଲା। ସନି ଦେଓଲଙ୍କ ବର୍ଡର-2 ଚଳଚ୍ଚିତ୍ର ଏବେ ବକ୍ସ ଅଫିସରେ ରାଜ କରୁଛି। ଗୋଟିଏ ପଟେ ଆଜି ରବିବାର ଥିବା ବେଳେ ଥିଏଟରରେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା।
କେବଳ ନଅ ଦିନରେ ଏହି ଚଳଚ୍ଚିତ୍ରଟି 252 କୋଟି ଆୟ କରିସାରିଲାଣି।ତେବେ ଆଜି ରବିବାର ହୋଇଥିବାରୁ ଏହି ଚଳଚ୍ଚିତ୍ରଟି ଅଧିକ ଆୟ କରିବ ବୋଲି ଆଶା କରାଯାଉଥିଲା ଆଉ ଠିକ ସେହିପରି ହୋଇଛି। ଗତ ରବିବାର ତୁଳନାରେ ଏଥର ଅଧିକ ଆୟ ହୋଇଛି।
ବର୍ଡର 2′ ବକ୍ସ ଅଫିସ୍ କଲେକ୍ସନ: ‘ବର୍ଡର 2’ ଜାନୁଆରୀ 23 ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରେ ଏହା 30 କୋଟି, ଦ୍ୱିତୀୟ ଦିନରେ (ଶନିବାର) 36.5 କୋଟି, ତୃତୀୟ ଦିନରେ 54.5 କୋଟି ଏବଂ ଚତୁର୍ଥ ଦିନରେ 59 କୋଟି ରୋଜଗାର କରିଥିଲା।
ଏହା ପଞ୍ଚମ ଦିନରେ 20 କୋଟି, ଷଷ୍ଠ ଦିନରେ 13 କୋଟି, ସପ୍ତମ ଦିନରେ 11.25 କୋଟି, ଅଷ୍ଟମ ଦିନରେ 10.75 କୋଟି ଏବଂ ନବମ ଦିନରେ 17.75 କୋଟି ରୋଜଗାର କରିଥିଲା।
ଏହା ସହିତ, ନଅ ଦିନରେ ଫିଲ୍ମର ମୋଟ କଲେକ୍ସନ 252.75 କୋଟିରେ ପହଞ୍ଚିଛି। ଏଣୁ ଏହା ଖୁବଶୀଘ୍ର 300 କୋଟି କ୍ଲବରେ ଏଣ୍ଟ୍ରି ମାରିବ ବୋଲି କୁହାଯାଉଛି। ଯଦି ଦେଖିବା ଆଉ କିଛି ଦିନ ଭିତରେ ଏହା ଅନେକ ଫିଲ୍ମର ରେକର୍ଡ କାଟିବ ବୋଲି କୁହାଯାଉଛି।
ଅନ୍ଯପଟେ ଏବେ ବକ୍ସ ଅଫିସରେ ମର୍ଦାନୀ-3 ମଧ୍ୟ ରିଲିଜ ହୋଇଛି।ଏହି ଚଳଚ୍ଚିତ୍ର ଅତ୍ଯନ୍ତ ରୋମାଞ୍ଚକ ଭରା ରହିଥିବ ବୋଲି ସମସ୍ତଙ୍କର ବିଶ୍ବାସ ରହିଛି। କାରଣ ଉଭୟ ମର୍ଦାନୀ-1 ଓ 2 ଫିଲ୍ମ ବହୁତ ହିଟ ହୋଇଥିଲା।
ସସପେନ୍ସ,ଥ୍ରୀଲର ଭରା ଏହି ଚଳଚ୍ଚିତ୍ର ଗୁଡିକ ଲୋକଙ୍କ ମନକୁ ଛୁଇଁଥିଲା।ଏଥିରେ ଜଣେ ଲେଡି ଅଫିସରଙ୍କ ଦକ୍ଷତା ବିଷୟରେ ଦେଖାହୋଇଥିଲା। ଏଥିରେ ମୁଖ୍ଯ ଭୂମିକାରେ ନଜର ଆସିଥିଲେ ରାଣୀ ମୁଖାର୍ଜୀ। ଅନ୍ଯପଟେ ଏହା ବର୍ତ୍ତମାନ ବର୍ଡ-2 ଚଳଚ୍ଚିତ୍ର ସହ ଟକ୍କର ଦେବ ବୋଲି କୁହାଯାଉଛି।
