fbpx

ଆଗରୁ ଠେଲାପେଲା, ଏବେ କ’ଣ ହେଲା: ଅମିର ଓ ଅକ୍ଷୟଙ୍କ ଫିଲ୍ମକୁ ଦର୍ଶକ ପସନ୍ଦ କରୁନାହାନ୍ତି, ହଲ୍ ମାଲିକ କମାଇଲେ ଶୋ’ ସଂଖ୍ୟା

ନୂଆଦିଲ୍ଲୀ: ବହୁତ ଦୁର୍ଦ୍ଦିନ ସମୟ ମଧ୍ୟରେ ଗତି କରୁଛି ବଲିଉଡ ତାରକାଙ୍କ ଫିଲ୍ମ । ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଓ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ଙ୍କୁ ନେଇ ଦର୍ଶକ ଖୁସି ନାହାନ୍ତି । ଏକ ରିପୋର୍ଟ ମୁତାବକ, ଏପରି ସ୍ଥିତିରେ ଥିଏଟର ମାଲିକମାନେ ଏହି ଦୁଇ ଫିଲ୍ମର ସ୍କ୍ରିନିଂକୁ ହ୍ରାସ କରି ଦେଇଛନ୍ତି । ଦୁଇଟି ଯାକ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନରେ ନିମ୍ନମୁଖୀ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ ହେବାର ମାତ୍ର ଦୁଇଦିନ ମଧ୍ୟରେ ମାଲିକମାନେ ଏହି ପଦକ୍ଷେପ ନେଇଛନ୍ତି ।

ତେବେ ଅମିର ଓ ଅକ୍ଷୟଙ୍କ ଫିଲ୍ମକୁ ବହୁତ କମ୍ ଦର୍ଶକ ଦେଖିବାକୁ ଆସୁଛନ୍ତି । ତେଣୁ ସିନେମା ହଲ ମାଲିକମାନେ ଏହି ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ଅମିରଙ୍କର ୧୩୦୦ ଓ ଅକ୍ଷୟଙ୍କ ୧୦୦୦ ଶୋ କମ୍ କରାଯାଇଛି । ବଲିଉଡ୍ ହଙ୍ଗାମା ରିପୋର୍ଟ ମୁତାବକ, ଗତକାଲି ଦୁଇ ଫିଲ୍ମର କିଛି ଶୋ’କୁ ବାତିଲ କରାଯାଇଥିଲା । ଲିମିଟେଡ ସ୍କ୍ରିନରେ ଅକ୍ୟୁପ୍ୟାନ୍ସି ବଢ଼ାଇବା ଉଦ୍ଦେଶ୍ୟରେ ମାଲିକମାନେ ଜାଣିଶୁଣି ଫିଲ୍ମର ଶୋ’କୁ ହ୍ରାସ କରୁଛନ୍ତି ।

ଅମିରଙ୍କ ଫିଲ୍ମ ପ୍ରଥମ ଦିନ ୧୧.୫୦ କୋଟିର ବିଜିନେସ କରିଥିବା ବେଳେ ଦ୍ୱିତୀୟ ଦିନରେ ୩୫ରୁ ୪୦ ପ୍ରତିଶତ ହ୍ରାସ ଘଟିଥିଲା । ଫିଲ୍ମର ମୋଟ ଆୟ ପାଖାପାଖି ୧୮ରୁ ୧୮.୫୦ କୋଟିରେ ପହଞ୍ଚିଛି । ଅନ୍ୟପକ୍ଷରେ ପ୍ରଥମ ଦିନରେ ଅକ୍ଷୟଙ୍କ ଫିଲ୍ମ ୮.୨ କୋଟି କଲେକ୍ସନ କରିଥିବା ବେଳେ ଦ୍ୱିତୀୟ ଦିନ ୬.୪୦ କୋଟି କରିଥିଲା ।

Get real time updates directly on you device, subscribe now.