fbpx

ଏକ୍ସ-ରେ ରିପୋର୍ଟ ଉଡ଼ାଇଲା ଡାକ୍ତରଙ୍କ ହୋସ; ପେଟ ଭିତରୁ ବାହାରିଲା ଚାର୍ଜିଂ ତାର ସହ ହେୟାର ପିନ୍

Advertisement

ନୂଆଦିଲ୍ଲୀ: ଅନେକ ଥର ଏପରି ହୁଏ ଯେ ପିଲାମାନେ ଖେଳିବା ସମୟରେ ହଠାତ୍ କିଛି ଜିନିଷ ପାଟିରେ ପୂରାଇ ଦିଅନ୍ତି, ଯାହା ସିଧାସଳଖ ପେଟରେ ପହଞ୍ଚେ । ଏପରି ପରିସ୍ଥିତିରେ ପେଟରେ ଯନ୍ତ୍ରଣା ହେବା ଆରମ୍ଭ କରେ । ଏହି କାରଣରୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ, ସେହିପରି ଅପରେସନ୍ କରିବାକୁ ପଡ଼ିଥାଏ । ଏହି ସବୁ ସମସ୍ୟା ବେଳେବେଳେ ଜୀବନକୁ ବିପଦରେ ମଧ୍ୟ ପକାଇଥାଏ । ସେଥିପାଇଁ କୁହାଯାଏ ଯେ ଏପରି ସମସ୍ତ ଜିନିଷ ପିଲାମାନଙ୍କ ଠାରୁ ଦୂରରେ ରଖିବା ଉଚିତ୍, ଯାହାକୁ ସେମାନେ ପାଟିରେ ପୂରାଇ ପାରିବେ ନାହିଁ । ତେବେ ଆପଣ ନିଶ୍ଚିତ ଭାବେ ଦେଖିଥିବେ ଯେ ପିଲାମାନେ ସେମାନଙ୍କ ପାଟିରେ ଟଙ୍କା ପୂରାଇବାର । କିନ୍ତୁ ଅନେକ ଥର ଏହା ସହିତ ଜଡିତ କିଛି ଆଶ୍ଚର୍ଯ୍ୟ କଲାଭଳି ମାମଲା ମଧ୍ୟ ସାମ୍ନାକୁ ଆସେ । ତେବେ ଏପରି ଏକ ମାମଲା ଆଲୋଚନାର ବିଷୟ ପାଲଟିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ମିଳିଥିବା ସୂଚନା ଅନୁଯାୟୀ ତୁର୍କୀରେ ଡାକ୍ତରମାନେ ଜଣେ ୧୫ ବର୍ଷର ବାଳକ ପେଟରୁ ୩ ଫୁଟ ଲମ୍ବା ଚାର୍ଜିଂ କେବୁଲ ବାହାର କରିଛନ୍ତି । ରିପୋର୍ଟ ଅନୁଯାୟୀ, ବାନ୍ତି ଏବଂ ପେଟରେ ଯନ୍ତ୍ରଣା ହେବା ପରେ ବାଳକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ବାଳକର ଏକ୍ସ-ରେ କରିବାକୁ ପରିବାର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ଯେତେବେଳେ ଏକ୍ସ-ରେ କରାଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରିପୋର୍ଟରେ ଡାକ୍ତରମାନେ ବାଳକର ପେଟରେ ଏକ ଚାର୍ଜିଂ କେବୁଲ ରହିଥିବା ଦେଖିବାକୁ ପାଇଥିଲେ । ପରେ ତୁରନ୍ତ ପେଟରେ ଅସ୍ତ୍ରୋପଚାର କରି ଡାକ୍ତରମାନେ ସଫଳତାର ସହ ଉକ୍ତ ବାଳକ ପେଟରୁ କେବୁଲ ବାହାର କରିଥିଲେ ।

ଖବର ଅନୁଯାୟୀ, ଚାର୍ଜିଂ କେବୁଲ ବ୍ୟତୀତ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁର ପେଟରୁ ଏକ ହେୟାରପିନ ମଧ୍ୟ ବାହାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହା ଜଣା ନାହିଁ ଯେ ଚାର୍ଜିଂ କେବୁଲ ପରି ଏକ ବଡ ଜିନିଷ ପିଲାଟିର ପେଟକୁ କିପରି ଗଲା ।

Get real time updates directly on you device, subscribe now.