fbpx

ଦୀର୍ଘ ସମୟ ଧରି ଡାକ୍ତର ନ ପହଞ୍ଚିବାରୁ ରୋଗୀଙ୍କ ଚାଲିଗଲା ଜୀବନ

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା l ମେଡିକାଲରେ ଦୀର୍ଘ ସମୟ ଧରି ଡାକ୍ତର, ଷ୍ଟାଫ୍ ନର୍ସ ନଥିବାରୁ ଜଣେ ରୋଗୀର ଜରୁରୀ ଚିକିତ୍ସା ଅଭାବରୁ ରୋଗୀଙ୍କର ଜୀବନ ଚାଲିଯାଇଛିl ସୂଚନା ମୁତାବକ ଚିତ୍ରକୋଣ୍ଡା ସାଇମନ୍ଦିର ପଛ ସାହିର ବିଜୁ ନାୟକ ବୟସ ୨୯ ବର୍ଷ, ଆଜି ଅପରାହ୍ନରେ ଖେଳ ପଡିଆରେ କ୍ରିକେଟ ଟୁନାମେଣ୍ଟ ଦେଖୁଥିଲେ ଖେଳ ଦେଖି ସରିବା ପରେ ହଠାତ ବିଜୁର ଛାତି ଯନ୍ତ୍ରଣା ହେବାରୁ କ୍ଲବର ପିଲା ମାନେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଜରୁରୀ କାଳିନ ଚିକିତ୍ସା ପାଇଁ ଆଣିଥିଲେ ସେହି ସମୟରେ ବିଜୁ ମେଡିକାଲ କୁ ନିଜେ ଚାଲି ଚାଲି ଯାଇଥିଲେ l ମେଡିକାଲରେ କେବଳ ଆଟେନାଣ୍ଟ ସଦାନନ୍ଦ ଥିଲେ କେହି ଡାକ୍ତର ଓ ଷ୍ଟାଫ୍ ନର୍ସ ନଥିଲେ l

 

ଦୀର୍ଘ ସମୟ ଧରି ଡାକ୍ତର ନଆସିବାରୁ ରୋଗୀର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା ସଦାନନ୍ଦ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲା ଡାକ୍ତର ଆସିବାରେ ବିଳମ୍ବ ହୋଇଯାଇ ଥିବାରୁ ଚିକିତ୍ସା ଅବହେଳାରୁ ଡାକ୍ତର ଆସିବା ବେଳକୁ ରୋଗୀଟି ପ୍ରାଣ ହରାଇଥିଲା l ଜରୁରୀ ଚିକିତ୍ସା ଅଭାଵରୁ ରୋଗୀଟିର ମୃତ୍ୟୁ ଘଟିଥିବା ପରିବାର, ଲାଲବାହାଦୁର ଶାସ୍ତ୍ରୀ କ୍ଲବର ଶତାଧିକ ସମସ୍ୟ ଅଭିଯୋଗ କରିବା ସହ ଚିତ୍ରକୋଣ୍ଡା ମେଡିକାଲ କୁ ମୃତ୍ୟୁ ପାଇଁ ଦାୟି କରି ଘେରାଉ କରିବା ସହ ତିନି ଘଣ୍ଟା ଧରି ଉତେଜନା ଲାଗିରହିଥିଲା l ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ପହଂଚି ତଦନ୍ତ କରିବା ସହ ବୁଝାସୁଝା କରୁଥିବା ବେଳେ ଗରିବ ଆଦିବାସୀ ପିଲାକୁ ଉଚିତ ନ୍ୟାୟ ପାଇଁ ଦାବିରେ ଆସନ୍ତା କାଲି ଶବ ରଖି ରାସ୍ତା ରୋକ ସହ ଚିତ୍ରକୋଣ୍ଡା ବନ୍ଦ କରିବେ ବୋଲି ପରିବାର ତଥା ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ ତରଫରୁ ସୂଚନା ମିଳିଥିବା ଜଣା ପଡ଼ିଛି l

Get real time updates directly on you device, subscribe now.