fbpx

ଗୁଡ଼ି ଉଡାଉଥିବା ବେଳେ ପୋଲିସ ହାବୁଡରେ ପଡିଲା ବାଳକ; ତା’ପରେ କଣ ହେଲା ଦେଖନ୍ତୁ ଏହି ମଜାଦାର ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନିକଟରେ ମାଞ୍ଜା ସୂତା କାରଣରୁ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ଗୁଡି ଉଡାଇବା ଉପରେ କଟକଣା ମଧ୍ୟ ରହିଛି । ତେବେ କୋମଳମତି ଶିଶୁଙ୍କ ପାଇଁ ଏହା ସବୁଠାରୁ ମଜା ଲାଗୁଥିବା ଏକ ଖେଳ । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ।

ରାଜଧାନୀର ପଟିଆ ଅଞ୍ଚଳରେ ଜଣେ ବାଳକ ପୋଲିସ ହାବୁଡରେ ପଡି ଯାଇଥିଲା । ୭-୮ ବର୍ଷର ବାଳକ ଜଣଙ୍କ ଗୁଡି ଉଡାଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲା । ପୋଲିସକୁ ଦେଖି ବାଳକର ପିଳେହି ପାଣି ହୋଇ ଯାଇଯାଇଥିଲା । କାନ୍ଦିବା ସହିତ କାନ ଧରି ଉଠବସ ମଧ୍ୟ ହୋଇଥିଲା ଏହି ବାଳକ । ଶେଷରେ ପୋଲିସ କ୍ଷମା ମାଗି ଘଟଣା ସ୍ଥଳରୁ ଦୌଡି ପଳାଇଥିଲା ବାଳକ ଜଣକ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.