(Video) ରେଳ ଧାରଣାରେ ଶୋଇପଡିଲା ଏହି ବାଳକ, ଲୋକେ କହିଲେ- ଭିଡିଓ କରିବାକୁ ସେ ଯମଙ୍କଠାରୁ ଅନୁମତି ଆଣିଛି

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ଭିଡିଓ କରିବାର ନିଶା ଖୁବ ଜୋରରେ ବଢିବାରେ ଲାଗିଛି। ଭିଡିଓ କରିବା ନିଶାରେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛାଉ ନାହାନ୍ତି ଏମାନେ। ଏହାରି ମଧ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ବାଳକ ରେଳଧାରଣାରେ ଶୋଇପଡୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜଣେ ଦାୟିତ୍ୱହୀନ ବାଳକ ଭୟଙ୍କର ଷ୍ଟଣ୍ଟ କରିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଯେଉଁଥିରେ ସେ ଟ୍ରେନକୁ ଆସିବା ଦେଖି ସେହି ଧାରଣା ତଳେ ଶୋଇପଡୁଛନ୍ତି ଏବଂ ନିଜ ସାଙ୍ଗଙ୍କୁ ଭିଡିଓ କରିବା ପାଇଁ କହୁଛନ୍ତି। ଏହାପରେ ତାଙ୍କ ସାଙ୍ଗ ଭିଡିଓ ମଧ୍ୟ କରୁଛନ୍ତି। ଏହାପରେ ଟ୍ରେନ ସେହି ବାଳକଙ୍କ ଉପରେ ଉପରେ ପଳାଉଛି। ଏହାପରେ ସେହି ବାଳକ ଜଣକ ଉଠିପଡି ଫୁଲ ସ୍ୱାଗ ସହ କ୍ୟାମେରା ଆଡକୁ ଦେଖୁଛି।

ଏହି ଭିଡିଓ ଦେଖି ଲୋକଙ୍କ ଲୋମ ଟାଙ୍କୁରୀ ଉଠିଛି। ଲୋକେ ଭିଡିଓରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏପରି ଭିଡିଓ ବିହାରର ଲୋକେ ହିଁ କରିପାରିବେ। ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ, ଏପରି ଲୋକେ ବଞ୍ଚିଯାଆନ୍ତି ହେଲେ ପରେ ବହୁତ ଦୁଃଖ ପାଆନ୍ତି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଆଜି ଯମ ମହାରାଜ ଛୁଟିରେ ଥିଲେ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏପରି ଭିଡିଓ କରିବାକୁ ସେ ଯମରାଜଙ୍କଠାରୁ ଅନୁମତି ଆଣିଛନ୍ତି।

 

View this post on Instagram

 

A post shared by Rajan. chauhan ❤️❤️❤️❤️❤️ (@r__k__chauhan__ji)