fbpx

ଟଙ୍କା ପାଇଁ କୋଟିପତି ଝିଅକୁ ପ୍ରେମଜାଲରେ ଫସାଇଲା ବାଉନ୍ସର୍ ପ୍ରେମିକ, ସେକ୍ସ ସମୟରେ ନେଇଗଲା ଜୀବନ

ନୂଆଦିଲ୍ଲୀ: ଆଜିକାଲିର ପ୍ରେମରେ ସବୁକିଛି ନାଟକ । କିଏ ଟଙ୍କା ପାଇଁ ତ ଆଉ କିଏ ପଦବୀ ପାଇଁ ପ୍ରେମ କରୁଛି । ସେହିଭଳି ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ପ୍ରେମିକାକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଯାହାକୁ ହତ୍ୟା କରିଛି, ସେ ଜଣେ କୋଟିପତିଙ୍କ ଝିଅ ଥିଲେ ଓ ତାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଥିଲା । ହତ୍ୟା ପରେ ଝିଅର କ୍ରେଡିଟ କାର୍ଡ, ଏଟିଏମ ଆଦି ଗାଏବ୍ ହେବାର ଅଭିଯୋଗ ବି ପ୍ରେମିକ ଉପରେ ଲାଗିଛି । ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଛି, ଯେଉଁଥିରେ ଯୁବତୀଙ୍କର କିପରି ମୃତ୍ୟୁ ହୋଇଛି ସେନେଇ ଅଭିଯୁକ୍ତ ଏକ ଦଲିଲ୍ ଦେଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ସ୍ୱିଜରଲ୍ୟାଣ୍ଡର ଏକ ହୋଟେଲ ରୁମରେ ବ୍ରିଟିଶର ଏନା ରିଡ ନାମକ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହୋଟେଲରେ ସେ ନିଜ ଜର୍ମାନ ପ୍ରେମିକ ମାର୍କ ଶେଜଲଙ୍କ ସହିତ ରହିଥିଲେ । ଶେଜଲ ଏକ ବାଉନ୍ସର୍ ଥିବା ଜଣାପଡିଛି । ଅଭିଯୋଗ ହୋଇଛି କି, ଡାକ୍ତରଙ୍କୁ ଫୋନ କରିବା ପୂର୍ବରୁ ସେ ଏନାଙ୍କୁ ହତ୍ୟା କରିଥିଲା । ମାମଲାର ଶୁଣାଣି ବେଳେ ଶେଜଲ ଦାବି କରି କହିଛି ଯେ, ଏନାଙ୍କ ମୃତ୍ୟୁ ସେକ୍ସ ଗେମ୍ ବା ଯୌନ ସମ୍ବନ୍ଧ ରଖିଥିବା ସମୟରେ ହୋଇଥିଲା ।

କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ଗଳା ଚିପିବାରୁ ଏନାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଶରୀରରେ ଛୋଟ ଛୋଟ କଟାଦାଗ ଥିବା ସହ ଫ୍ୟାକ୍ଚର ରହିଛି । କୁହାଯାଉଛି ଯେ, ପବ୍ ଓ ନାଇଟ୍ କ୍ଲବରେ ବାଉନସର ଭାବେ କାମ କରୁଥିବା ମାର୍କ ଶେଜଲ ଏନାଙ୍କ ସହିତ ସମ୍ବନ୍ଧ ରଖୁଥିବା ବେଳେ ଗଳା ଚିପି ହତ୍ୟା କରିଛି ।

ତେବେ ଶେଜଲ ଉପରେ ୪୦ ଲକ୍ଷ ଟଙ୍କାରୁ ଅଧିକ ଋଣ ଥିଲା । ଏପରି ପରିସ୍ଥିତିରେ ଏନାଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜାଣିବାକୁ ପାଇବା ପରେ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରିଥିଲା ଶେଜଲ । ସେ ପ୍ରଥମେ ଏନାଙ୍କୁ ହତ୍ୟା କରିଥିଲା । ଯୌନ ସମ୍ବନ୍ଧ ସମୟରେ ଏନାଙ୍କ ମୃତ୍ୟୁ ହୋଇଥିବା ସେ ପରେ ସମସ୍ତଙ୍କୁ କହିଥିଲା । ଖୁବଶୀଘ୍ର କୋର୍ଟ  ଏହି ମାମଲାର ଶୁଣାଣି କରିପାରନ୍ତି ।

Get real time updates directly on you device, subscribe now.