fbpx

ଶାରୀରିକ ସମ୍ପର୍କ ରଖିଲା, ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ବି ଭାଇରାଲ ପାଇଁ ଧମକଦେଲା ପ୍ରତାରକ ପ୍ରେମିକ, କହିଲା ୨୦ହଜାର ନପାଇଲେ ସୋସିଆଲ ମଡିଆରେ ଛାଡି ଦେବି…..

ରାଜନଗର (ଓଡ଼ିଶା ଭାସ୍କର): ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡାଙ୍ଗମାଳ ପଚାଂୟତର ଛବି (ଛଦ୍ମନାମ) ଜୈନିକା ଯୁବତୀ ସହିତ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଏବଂ ଫଟୋ ଭାଇରାଲ ନକରିବାକୁ ୨୦ହଜାର ଟଙ୍କା ମାଗି ବ୍ଲକମିଲିଂ କରିବା ଘଟଣା ମହଙ୍ଗା ପଡିଛି । ସଂପୃକ୍ତ ଯୁବକକୁ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛିା

ପ୍ରକାଶ ଯୋଗ୍ୟ ଯେ, ଡାଙ୍ଗମାଳ ପଞ୍ଚାୟତର ଛବି ନାମ୍ନୀ ଯୁବତୀ ସହିତ ଯାଜପୁର ସଦର ଥାନା ଅନ୍ତର୍ଗତ ବାଲିସାହି ବରୁହାଁ ଛକର ଧନେଶ୍ୱର ବିଶ୍ୱାଳଙ୍କ ପୁଅ ଧନୟ ବିଶ୍ୱାଳ(୨୪)ପ୍ରେମ ସଂପର୍କ ସୃଷ୍ଟି କରି ତା ସହିତ ଶାରୀରିକ ସମ୍ପର୍କ ରଖିବା ବେଳେ ଅନ୍ତରଙ୍ଗ ମୁହୁର୍ତର ଭିଡିଓ କରିବା ସହ ଫଟୋ ଉଠାଇଥିଲା । ପରବର୍ତ୍ତୀ ସମୟରେ ୨୦ହଜାର ଟଙ୍କା ଦାବୀ କରି କହିଲା ଟଙ୍କା ନପାଇଲେ ଏହି ଫଟୋ ଓ ଭିଡିଓ ସୋସିଆଲ ମଡିଆରେ ଭାଇରାଲ କରିବାରକୁ ଧମକ ଦେଇଥିଲା । ଯୁବତୀର ପିତା ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଛି । ବୁଧବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.