fbpx

କୋଭିଡର ସାଇଡ୍ ଇଫେକ୍ଟ ଭୋଗୁଛି ମଣିଷ: ଛୋଟ ପିଲାଙ୍କ ବ୍ରେନ୍ ସମୟ ପୂର୍ବରୁ ବୁଢ଼ା ହୋଇ ଯାଉଛି- ରିସର୍ଚ୍ଚ

ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି କୋଭିଡ୍ ସାରା ବିଶ୍ୱକୁ ନିଜ ମାୟାଜାଲରେ ରଖିଥିଲା । ତେବେ ବର୍ତ୍ତମାନ ଯଦିଓ ଭାଇରସର ପ୍ରକୋପରେ ହ୍ରାସ ଘଟିଛି, ତଥାପି ଏହାର କୁପ୍ରଭାବ ଆଜି ବି ମାନବ ଜାତି ଭୋଗ କରୁଛି । ବିଶେଷ କରି କରୋନା ପାଇଁ ଛୋଟପିଲାଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି । ବୟସ ବଢ଼ିବା ସହିତ ସେମାନଙ୍କର ମସ୍ତିଷ୍କର ସରଞ୍ଚନାରେ ସ୍ୱାଭାବିକ ଭାବେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ଛୋଟ ପିଲାଙ୍କଠାରେ ନ୍ୟୁରୋଲୋଜିକାଲ ଓ ମାନସିକ ସ୍ୱାସ୍ଥ୍ୟର ପ୍ରଭାବ ଅଧିକ ଦେଖିବାକୁ ମିଳୁଥିବା ନେଇ ଏକ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି । କରୋନା କାରଣରୁ ଛୋଟ ପିଲାଙ୍କ ବ୍ରେନ ଦ୍ରୁତ ଭାବେ ବୁଢ଼ା ହେବାରେ ଲାଗିଛି । ଆଗାମୀ ଦିନରେ ଏହି ସ୍ଥିତି ଅଧିକ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି । ଆମେରିକାର ଷ୍ଟେନଫୋର୍ଡ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏକ ଷ୍ଟଡିରେ ଏହା କୁହାଯାଇଛି ।

ଷ୍ଟଡି ମୁତାବକ, କେବଳ ୨୦୨୦ ବର୍ଷରେ ପୂର୍ବାବର୍ଷ ଅପେକ୍ଷା ଚିନ୍ତା ଓ ଚାପ ୨୫ ପ୍ରତିଶତ ଅଧିକ ବୃଦ୍ଧି ପାଇଥିଲା । କରୋନା ପୂର୍ବରୁ ଓ ସେ ସମୟର ୧୬୩ ଜଣ ଶିଶୁଙ୍କ ଏମଆରଆଇ ସ୍କାନକୁ ତୁଳନା କରାଯାଇଥିଲା । ତେବେ ଲକଡାଉନ ସମୟରେ ଟିନ୍ ଏଜର୍ସଙ୍କ ମସ୍ତିଷ୍କର ବିକାଶ ପ୍ରକ୍ରିୟା ଦ୍ରୁତ ହୋଇଥିବା ଜଣାପଡ଼ିଥିଲା । ଯେଉଁ ପିଲାମାନେ ଦୀର୍ଘ ସମୟ ଧରି ହିଂସା, ଉପେକ୍ଷା, ପାରିବାରିକ ହିଂସା ପରି ବିପରୀତ ପରିସ୍ଥିତିରେ ଦୀର୍ଘ ସମୟ ଧରି ରହିଥିଲେ ସେମାନଙ୍କ ବ୍ରେନରେ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।

ଆମେରିକାର କନେକ୍ଟିକଟ ୟୁନିଭରସିଟି ପକ୍ଷରୁ କୁହାଯାଇଛି ଯେ, ଟିନ୍ ଏଜର୍ସଙ୍କ ପୂରା ପୀଢ଼ିଙ୍କୁ ଏହି ଗମ୍ଭୀର ପରିଣାମର ଫଳାଫଳ ଭୋଗିବାକୁ ପଡ଼ିପାରେ । ମସ୍ତିଷ୍କରେ ଦ୍ରୁତ ପରିବର୍ତ୍ତନ ସମସ୍ୟା ଶିଶୁମାନେ ପୂର୍ବରୁ ହିଁ ଭୋଗି ଆସୁଛନ୍ତି । ଏହା ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଓ ଅବସାଦ ସହ ଜଡ଼ିତ ରହିଥିବା ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.