fbpx

Brain Tumorର ଆକାରକୁ ଛୋଟ କରିବା ସମ୍ଭବ: ବୈଜ୍ଞାନିକମାନେ ବିକଶିତ କଲେ ଏକ ନୂଆ ଡିଭାଇସ୍

ନୂଆଦିଲ୍ଲୀ: ବ୍ରେନ ଟ୍ୟୁମର ମଣିଷ ପାଇଁ ଏକ ଭୟଙ୍କର ସମସ୍ୟା ଡାକି ଆଣିଥାଏ । ଏହା ବ୍ରେନ ସେଲରେ ସୃଷ୍ଟି ହୋଇ ବ୍ରେନ ଟିସୁ ଉପରେ ଚାପ ପକାଇବା ସହିତ ଅନେକ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥାଏ । ଯାହାର ପରିଣାମ ସ୍ୱରୂପ ପୀଡ଼ିତଙ୍କଠାରେ ମୁଣ୍ଡବ୍ୟଥା, ମାନସିକ ଅସନ୍ତୁଳନ, ବାନ୍ତି ପରି ଅନେକ କିଛି ଲକ୍ଷଣ ଦେଖାଦେଇଥାଏ । ତେବେ ବ୍ରେନ ଟ୍ୟୁମରର ଚିକିତ୍ସା ନେଇ ଏକ ବଡ଼ ସଫଳତା ମିଳିଛି ।

ବୈଜ୍ଞାନିକମାନେ ବ୍ରେନ ଟ୍ୟୁମରର ଚିକିତ୍ସା ପାଇଁ ଏକ ନୂଆ ଡିଭାଇସ ବିକଶିତ କରିଛନ୍ତି । ଏହି ଡିଭାଇସକୁ ପିନ୍ଧିବାକୁ ପଡ଼ିବ । ଯାହାଫଳରେ ଡିଭାଇସ ଦ୍ୱାରା ବ୍ରେନ ଟ୍ୟୁମରର ଆକାରକୁ ହ୍ରାସ କରାଯାଇପାରିବ । ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଆଣ୍ଡ ଷ୍ଟାନଫୋର୍ଡ ୟୁନିଭରସିଟି ପକ୍ଷରୁ ଏହି ନୂଆ ଡିଭାଇସ ବିକଶିତ କରାଯାଇଛି । ଏହାର ନାମ ରଖାଯାଇଛି ଫ୍ଲେକ୍ସିବଲ ଅଟୋନମସ୍ ସେନସର ମେଜରିଂ ଟ୍ୟୁମରସ (ଫାଷ୍ଟ) ।

ଗବେଷକଙ୍କ ମତରେ, ଏହି ଫାଷ୍ଟ ଡିଭାଇସ ଦ୍ୱାରା କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି ହେବ । ଏହାକୁ ସାଧାରଣ ଭାବେ ଡିଜାଇନ କରାଯାଇଥିବା ବେଳେ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଅନେକ ବେନିଫିଟ୍ ମିଳିବ । ଏହା ଫ୍ଲେକ୍ସିବଲ ଓ ଷ୍ଟ୍ରେଚେବଲ ହୋଇଥିବା ବେଳେ ଚର୍ମ ପରି ପଲିମର ଏଥିରେ ଖଞ୍ଜାଯାଇଛି । ଏଥିସହିତ ସୁନାର ସର୍କିଟ ଲେୟାର ରଖାଯାଇଛ । ଏହା ବ୍ୟାଟେରୀ ଦ୍ୱାରା ପରିଚାଳିତ ହେବ ।

Get real time updates directly on you device, subscribe now.