fbpx

ମହାରାଷ୍ଟ୍ରରୁ ଆସିଲା ବଡ଼ ଖବର: ‘ଚୋର’ ମନ୍ତବ୍ୟ ଦେଇ ଆଉ ଜଣେ ସାଂସଦ ଦୋଷୀ, ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଗଲା ନୋଟିସ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ସାଂସଦ ପଦ ହରାଇବା ଘଟଣାକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ଏବେ ସରଗରମ୍ ରହିଛି । ଗତ ୨୦୧୯ରେ କର୍ଣ୍ଣାଟକରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଙ୍ଗିଆକୁ ନେଇ ‘ଚୋର’ ମନ୍ତବ୍ୟ ଦେଇଥିଲେ । ଉକ୍ତ ମାମଲାରେ ସୂରତ ସେଶନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ଆଗକୁ ରାହୁଲଙ୍କୁ ଯଦି ଉପର କୋର୍ଟରୁ ଆଶ୍ୱସ୍ତି ନମିଳେ ତେବେ ତାଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧକାର ଆଡ଼କୁ ଚାଲିଯିବ । ଏପରି ସ୍ଥଳେ ସେ ମୋଟ ୮ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇପାରନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଣି ଜଣେ ସାଂସଦଙ୍କୁ ନେଇ ଆସିଛି ଏକ ଜରୁରୀ ଖବର । ରାହୁଲଙ୍କ ପରି ‘ଚୋର’ ମନ୍ତବ୍ୟ ଦେଇ ଫଶିଛନ୍ତି ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ଗତ ୧ ତାରିଖରେ ମହାରାଷ୍ଟ୍ରର କୋହ୍ଲାପୁରରେ ବିଧିମଣ୍ଡଳ ପାଇଁ ଚୋରମଣ୍ଡଳ ଟିପ୍ପଣୀ ଦେଇଥିବାରୁ ସଞ୍ଜୟ ମୁସ୍କିଲରେ ପଡ଼ିଯାଇଛନ୍ତି ।

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଏ ନେଇ ସୂଚନା ଦେଇଛନ୍ତି । ସଞ୍ଜୟଙ୍କ ବିରୋଧରେ ଆସିଥିବା ବିଶେଷାଧିକାର କ୍ଷୂର୍ଣ୍ଣ ପ୍ରସ୍ତାବରେ ସେ ଦୋଷୀ ହୋଇଛନ୍ତି । ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସଞ୍ଜୟଙ୍କ ସ୍ପଷ୍ଟୀକରଣ ସନ୍ତୋଷଜନକ ନଥିଲା । ସେଥିପାଇଁ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ / ଉପରାଷ୍ଟ୍ରପତିଙ୍କ ନିକଟକୁ ନୋଟିସ ପଠାଯାଇଛି । ସୂଚନାଯୋଗ୍ୟ ଯେ, ବିଶେଷାଧିକାର ଉଲ୍ଲଂଘନ ନେଇ ଦୋଷୀ ସାବ୍ୟସ୍ତ ହେଲେ ଉଭୟ ରାଜ୍ୟସଭା ଓ ଲୋକସଭାର ସଦସ୍ୟଙ୍କୁ ଦଣ୍ଡିତ କରିବାର ଅଧିକାର ଗୃହର ରହିଛି । ତେଣୁ ସଞ୍ଜୟଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଆଗକୁ ଜଣାପଡ଼ିଛି ।

Get real time updates directly on you device, subscribe now.