fbpx

ଇଡି ସମନ ସତ୍ତ୍ୱେ ହାଜର ହେଲେନି ସିନେ ପ୍ରଯୋଜକ ଅକ୍ଷୟ ପରିଜା,

ଭୁବନେଶ୍ୱର:ଇଡିର ଦ୍ୱାରସ୍ଥ ହେଲେ ନାହିଁ ଅକ୍ଷୟ ପରିଜା । ହାଜର ପାଇଁ ନୋଟିସ ପଠାଯାଇଥିବା ବେଳେ ଏହାକୁ ଖାତିର ନକରି ଇଡିରେ ହାଜର ହୋଇ ନାହନ୍ତି । ପରିଜାଙ୍କ ଓକିଲ ଏବେ ଇଡି ଅଫିସରେ ହାଜର ହୋଇଛନ୍ତି ।
ସୂଚନାମୁତାବକ ଅର୍ଚ୍ଚନା ନାଗ ମାମଲାରେ ପଚରା ଉଚୁରା କରିବା ପାଇଁ ଇଡି ସିନେ ପ୍ରଯୋଜକଙ୍କୁ ହାଜର ହେବାକୁ ନୋଟିସ ପଠାଇଥିଲା । କିନ୍ତୁ ଇଡିର ନୋଟିସକୁ ପାଳନ କରି ନାହାନ୍ତି ପରିଜା ।

ସୂଚନାମୁତାବକ ଜଣେ ଯୁବତୀଙ୍କୁ ଫିଲ୍ମ ଦେବା ନାଁ ରେ ୧ ବର୍ଷ ଧରି ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ସହ ତାକୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥଲା । ଏହାପରେ ସେ ଏହି ମାମାଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ଏହାପରେ ଧୀର ଧୀରେ ଖାଲିଥିବା ସବୁ ଗୁମୁର। ତେବେ ଏହି ମାମଲାରେ ଇଡିରେ ହାଜର ହେବାକୁ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନୋଟିସ ପଠା ଯାଇଥିଲା । କିନ୍ତୁ ସେ ଇଡି ଅଫିସରେ ହାଜର ହେଇ ନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.