fbpx

ସ୍ତନରେ କ୍ଷୀର ଜମାଟ ବାନ୍ଧୁଥିଲେ ଆଜି ହିଁ ଆପଣାନ୍ତୁ ଏହି ସବୁ ଉପାୟ: ହୋଇପାରେ ସ୍ତନ କ୍ୟାନ୍ସର

ନୂଆଦିଲ୍ଳୀ: ମା” ସ୍ତନରେ କୌଣସି କାରଣରୁ କ୍ଷୀର ଜମା ହେଈ ରହିଲେ ତାହାକୁ BREAST ENGORGEMENT କୁହାଯାଏ  ।
ଏହାରକାରଣ –
–ମା”ର କ୍ଷୀରର ପରିମାଣ ଅଧିକ ହେଇଗଲେ ଏବଂ ଶିଶୁଟି ଠିକ୍ ଭାବରେ କ୍ଷୀର ନଖାଇପାରିଲେ ଏହି ସମସ୍ୟା ଦେଖାଦେଇଥାଏ ।(ନିପଲ୍ ର ଆକାର ବଡଥିଲେ ପ୍ରାୟ ଏହି ସମସ୍ୟା ଦେଖାଦେଇଥାଏ)
–ଅଧିକ ସମୟରେ ମା” ର କ୍ଷୀର ହୁଏନି ଯାହା ଫଳରେ ଶିଶୁଟି ବାହାର ଖାଦ୍ୟ ଉପରେ ନିର୍ଭର କରେ ଯାହା ଫଲରେ ଯେତିକି ପରିମାଣର କ୍ଷୀର ହୁଏ ତାହା ଠିକ୍ ଭାବେ ଛୁଆ ଖାଇବାକୁ ଆଗ୍ରହ କରେନାହିଁ ଯାହାଫଳରେ କ୍ଷୀର ଜମାଟ ବାନ୍ଧିରୁହେ ।
–କିଛିକ୍ଷେତ୍ର ରେ ଛୁଆ ଜନ୍ମହେବା ପରେ ଛୁଆଟି କୌଣସି କାରଣବସତଃ ମରିଯାଇଥାଏ ।ଯାହାଫଳରେ କ୍ଷୀର ଜମାଟ ବାନ୍ଧେ !
-ମା” ଚାକିରି କରିଥିଲେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ ।

କେମିତିଜାଣିବା ସ୍ତନହରା ହେଇଛି —

ଅସ୍ତନର କିଛି ଅଂଶ ଓ କେବେକେବେ ପୁରାସ୍ତନ କୁ ଏହା ଧରିଥାଏ ।
ଅସ୍ତନ ଦରଜ ହୁଏ।
ଅସ୍ତନ ଫୁଲିଯାଏ।
ଅସ୍ତନ ଟାଣ ଲାଗେ ।
ଏସବୁ ଲକ୍ଷଣ ସହ ଜ୍ବର ମଧ୍ୟ ହୁଏ ।

ସ୍ତନହରା ହେବା ଦ୍ବାରା କଣ ସମସ୍ୟା ଉପୁଜେ ?
ଏହି ସମସ୍ୟା ବହୁଦିନ ଧରି ଲାଗିରହିଲେ ତାହା ଜମାଟ ବାନ୍ଧି ପୁଜ ହେଈଯାଏ ।ଯାହାକି ସ୍ତନ କର୍କଟ ଈକ୍ସରବଗ୍ଦଗ୍ଧ ମବଦ୍ଭମରକ୍ସ ର ପ୍ରମୁଖ କାରଣ ହୋଇଥାଏ ।

ପ୍ରତିକାର —

ସ୍ତନରେ ଜମାଟ ବାନ୍ଧିଥିବା କ୍ଷୀର କୁ ଯେତେ ଜଲ୍ଦି ବାହାର କରିବା ସେତେ ଭଲ ।
ଟାଣ ହେଇଥିବା ସ୍ତନକୁ ଗରମ ପାଣି ସେକ ଦେଇ ତାକୁ ନରମ କରି ସେଥିରୁ କ୍ଷୀର ବାହାର କରିବା ବା ସେହି ସମୟରେ ଶିଶୁଟିକୁ କ୍ଷୀର ଖାଇବାକୁ ଦେବା ।
କ୍ଷୀର ବାହାର କରିବାର ପ୍ରଣାଳୀ —
ଅ ଗରମ ପାଣି ସେକ ଦେଈ ଏବଂ ନିଜ ହାତରେ ଉପରୁ ତଳକୁ ଟାଣି ଜମିଥିବା କ୍ଷୀରକୁ ବାହାର କରିଦେବା ।
ଅ ବ୍ରେଷ୍ଟପମ୍ପ ଦ୍ବାରା ।
ଅ ସବୁଠୁ ସହଜ ଉପାୟ ୧୦ଗଖ ସିରିଞ୍ଜ୍ କିଣି ସେଥିରେ ତାର ଅଗକୁ କାଟି ନିପିଲ୍ ରେ ଲଗେଈ ଆସ୍ତେ ଆସ୍ତେ ଟାଣିବା ଦ୍ଵାରା ଜମାଟ ବାନ୍ଧିଥିବା କ୍ଷୀର ଟି ବାହାରିଯାଏ ।

ଉପଦେଶ –

ଆଖି ,ହାତ ,କାନ, ନାକ ଭଳି ସ୍ତନ ବି ଏକ ଅଙ୍ଗ ।ଏହା ଲଜ୍ଜ୍ୟା କି ସରମ ର କଥା ନୁହେଁ । ନିଜେ ସୁସ୍ଥ ରହିବା ସହ ଆମ ସନ୍ତାନର ଖାଦ୍ୟକୁ ମଧ୍ୟ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ଏହାକୁ ଅବହେଳା ନକରି ତୁରନ୍ତ ଉପଶମ କରନ୍ତୁ ଏବଂ ନିଜେ ନକରିପାରିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ମା” ଚାକିରି କରିଥାନ୍ତି ତେବେ ୨ -୩ ଘଣ୍ଟା ବ୍ୟବଧାନରେ କ୍ଷୀର କୁ କାଢି ଫୋପାଡିଦେବା ଉଚିତ୍ ନହେଲେ ସମୟ ବାହାର କରି ଛୁଆକୁ କ୍ଷୀର ଖୁଆଇଦେଲେ ମା”ଓ ଛୁଆ ଉଭୟଙ୍କ ପାଇଁ ବହୁତ ଲାଭଦାୟକ ।

Get real time updates directly on you device, subscribe now.