fbpx

ବାଇକରେ ବର-କନ୍ୟା ଯାଉଥିବା ବେଳେ ପୋଲିସ୍ ଅଟକାଇ ପିନ୍ଧାଇଲା ମାଳା, ଦେଲା ସଗୁନ୍: ଭିଡିଓ ଭାଇରାଲ୍

ଚଣ୍ଡିଗଡ, ୧୩/୦୫(ଓଡିଶା ଭାସ୍କର): ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ସମୟରେ ସବୁ ରାସ୍ତା ମାନଙ୍କରେ ପୋଲିସ୍ ଚେକିଂକୁ କଡାକଡି କରିଛନ୍ତି । ଏଥିସହିତ ରାଜ୍ୟରେ କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ ସଚେତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାସ୍ତାରେ ବର-ବନ୍ୟା ବିବାହ ପରେ ବାଇକରେ ଯାଉଥିବା ବେଳେ ସେମାନଙ୍କୁ ପୋଲିସ୍ ଅଟକାଇ ଫୁଲ ମାଳା ପିନ୍ଧାଇବା ସହିତ ସଗୁନ୍ ମଧ୍ୟ ଦେଇଛି । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିବାହରେ କୋଭିଡ୍ ପାଳନ କରିବାକୁ ଯାଇ ବର-କନ୍ୟା ଉଭୟେ ବାଇକ୍ ଯୋଗେ ବିବାହ ପରେ ଘରକୁ ଯାଉଥିଲେ । ଆଉ ସେମାନେ କୋଭିଡ୍ ପ୍ରୋଟୋକଲ୍ ମାନି ବାଜା ରୋଷଣୀ ବା ବରଯାତ୍ରୀ ନନେଇ ଯାଉଥିବାରୁ ପୋଲିସ୍ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲା । ଆଉ ସେମାନଙ୍କୁ ଚେକିଂ ପୋଷ୍ଟରେ ଅଟକାଇ ମାଳା ପିନ୍ଧାଇବା ସହ ବର-କନ୍ୟାଙ୍କ ହାତରେ ସଗୁନ୍ ମଧ୍ୟ ଦେଇଥିଲା । ତେବେ ଏହି ଭିଡିଓକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଛନ୍ତି । ତାଙ୍କ ନାଁ ହେଉଛି ଦୀପାଂଶୁ କୋବ୍ରା । ସେ ଭିଡିଓଟିକୁ ସେୟାର କରି କ୍ୟାପସନ୍ ରେ ଲେଖିଥିଲେ ଯେ, ‘କୋଭିଡ ପ୍ରୋଟୋକଲ ପାଳନ କରି ଏକ ନବ ବିବାହିତ ଦମ୍ପତି ବାଇକରେ ଘରକୁ ଯାଉଛନ୍ତି । ପୋଲିସ ଘରର ବୟସ୍କଙ୍କ ପରି ଅଭିବାଦନ ଓ ମୁହଁ ଦେଖା ଦେଇଥିଲା । ଖାକି ତରଫରୁ ସୁନ୍ଦର ଜେଶ୍ଚର୍ ।’

ଏହି ଭିଡିଓ ବର୍ତ୍ତମାନ ପର୍ୟ୍ୟନ୍ତ ୫୩ ହଜାରରୁ ଅଧିକ ଥର ଦେଖାଯାଇଛି ଓ ୫ ହଜାରରୁ ଅଧିକ ଲାଇକ୍ କରାଯାଇଛି । ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି । ଆଉ ପୋଲିସ୍ କୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.