fbpx

ବିବାହ ପୂର୍ବରୁ ନାଲି ଲେହେଙ୍ଗା ବୁଲେଟ ଚଲାଇଲେ ନବବଧୂ, ସୋସିଆଲ ମିଡିଆରେ ଭାଇରାଲ ହେଲା ବୁଲେଟ୍‌ ରାଣୀ ଭିଡିଓ…

ମୁମ୍ବାଇ: ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା । ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ । କେବଳ ବରକୁ ଅପେକ୍ଷା । ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ । କେବଳ ବୁଲେଟ୍‌ ଚଢ଼ି ନାହାନ୍ତି ରାସ୍ତା ଉପରେ କରିଛନ୍ତି ଜବରଦସ୍ତ ଡ୍ରାଇଭିଂ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ଦିନ ସାଧାରଣତଃ ଅଧିକାଂଶ ଯୁବତୀ ଲାଜ କରନ୍ତି । କିନ୍ତୁ ଏହି ନବବଧୂ ଜଣକ ଲାଜ ବଦଳରେ ଦେଖାଇଛନ୍ତି ନିଜ ସ୍ୱାଗ୍‌ । ବିବାହ ପୂର୍ବରୁ ସେ ରାସ୍ତା ଉପରେ ବୁଲେଟ୍‌ ଧରି ବୁଲିଛନ୍ତି । ସାଜିଛନ୍ତି ବୁଲେଟ୍‌ ରାଣୀ । ଯୁବତୀଙ୍କ ଏଭଳି ଅନ୍ଦାଜ ଏବେ ସମସ୍ତଙ୍କୁ ପସନ୍ଦ ଆସିଛି । ଏହି ଭିଡିଓରେ ନଜର ଆସିଥିବା ଯୁବତୀ ଜଣକ କିଏ ଓ ଏହା କେଉଁଠିକାର ସେ ନେଇ କୌଣସି ସୂଚନା ମିଳିନାହିଁ । ସେପଟେ ଭିଡିଓଟି ଭାଇରାଲ ହେବା ପରେ ଅନେକ ଲୋକେ ଏଥିରେ କମେଣ୍ଟ କରିଛନ୍ତି । କେହି କେହି ପ୍ରଶଂସା କରିଥିବା ବେଳେ ଆଉ କେହି କେହି ଏଭଳି ହେଲମେଟ ନ ପିନ୍ଧି ବୁଲେଟ ଚଲାଇବାକୁ ନେଇ ଆପତ୍ତି ଉଠାଇଛନ୍ତି । ଏଭଳି ହେଭି ଲେହେଙ୍ଗାରେ ବୁଲେଟ ଚଲାଇବା ବିପଦ ହୋଇପାରେ ବୋଲି ଜଣେ ୟୁଜର୍ସ ଏହି ଭିଡିଓରେ କମେଣ୍ଟ କରିଛନ୍ତି । ସେହିପିର ଆଉ ଜଣେ ହେଲମେଟ୍‌ ନ ପିନ୍ଧି ବାଇକ୍‌ ବିଲକୁଲ ଠିକ୍‌ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.