fbpx

ପାଟିରେ ଗୁଟଖା ରଖି ମଣ୍ଡପରେ ବସିଥିଲା ବର, ଚାପୁଡ଼ା ମାରି କନ୍ୟା କହିଲା- ଯାଅ ଛେପ ପକେଇ ଆସ

ନୂଆଦିଲ୍ଲୀ: ଭାରତୀୟ ବିବାହ ଦେଖିବାକୁ ଖୁବ୍ ଭଲ ଲାଗିଥାଏ । ହେଲେ ଅନେକ ସମୟରେ ଏଥିରେ ଏପରି ଅନେକ ସ୍ଥିତି ସୃଷ୍ଟି ହୁଏ ଯାହା ଆମକୁ ଖୁବ୍ ମଜା ଓ ଆଶ୍ଚର୍ଯ୍ୟ ବି ଲାଗେ । ପୂର୍ବରୁ ଆମେ ସାଧାରଣତଃ ଦେଖୁ ଯେ ବର-କନ୍ୟା ମଣ୍ଡପରେ ଚୁପ୍ ହୋଇ ବସିଥାନ୍ତି । ହେଲେ ଏବେ ସମୟ ବଦଳି ଯାଇଛି । ଏବେ ବର-କନ୍ୟାଙ୍କ ମଧ୍ୟରେ ହାତ ଉଠାଇବା ବି ଆରମ୍ଭ କରିଛନ୍ତି । ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ କନ୍ୟା, ବରକୁ ଚାପୁଡ଼ା ମାରୁଛି । ତେବେ ଚାପୁଡ଼ା ପଛର କାରଣ ଜାଣିଲେ ଆପଣ ମାନେ ହସି ହସି ଗଡ଼ିଯିବେ ।

ପ୍ରକୃତରେ କନ୍ୟା ଯେତେବେଳେ ଜାଣିଲା ଯେ, ତାର ବର ମଣ୍ଡପ ଉପରେ ଗୁଟଖା ଖାଉଛି । ସେ ଏକଦମ୍ ରାଗିଗଲା । ଆଉ ବରକୁ ଚାପୁଡ଼ା ମାରି ଛେପ ପକାଇ ଆସିବାକୁ କହିଥିଲା । ଭିଡିଓରେ ବି ଦେଖିବାକୁ ମିଳିଛି ଯେ, ବର-କନ୍ୟା ସମ୍ପର୍କୀୟଙ୍କ ଗହଣରେ ବସିଛନ୍ତି । ହଠାତ୍ କନ୍ୟା ସମସ୍ତଙ୍କ ସହିତ ପାଟି କରିବାକୁ ଲାଗିଲା । ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ଖୁବ୍ ରାଗିଲା । ପରେ ବରକୁ ଗୁଟଖା ଖାଇବା କଥା କହି ଚାପୁଡ଼ା ମାରିଥିଲା ଏବଂ ଛେପ ପକାଇ ଆସିବାକୁ କହିଥିଲା । ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି ।

Get real time updates directly on you device, subscribe now.