fbpx

୯.୫୭ଗ୍ରାମର ବ୍ରାଉନସୁଗର ଜବତ, ୩ ଗିରଫ

କେନ୍ଦ୍ରାପଡ଼ା, (ଭାସ୍କର ନ୍ୟୁଜ୍‌) : କେନ୍ଦ୍ରାପଡା ପୈାରାଞ୍ଚଳର ବଡହାଟ ନିକଟସ୍ଥ କେନାଲ କୂଳରୁ ଟାଉନ ଥାନା ପୋଲିସ ଦ୍ୱାରା ବ୍ରାଉନ୍‌ସୁଗାର ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକମାନଙ୍କ ନିକଟରୁ ୯.୫୭ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଛି । ଗିରଫ ହୋଇଥିବା ଆସାମୀମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ସେକ୍‌ ରହିଲ୍‌, ମହମ୍ମଦ୍‌ ଇନଜାମୁଲ୍‌ ହକ୍‌ ଓ ବଡହାଟ ଗ୍ରାମର ସେକ୍‌ ଅରସାଦ୍‌ । ଏହି ୩ଜଣ ବହୁଦିନ ଧରି ବ୍ରାଉନ୍‌ସୁଗାର ବିକ୍ରି କରିବା ସହିତ ସେବନ କରୁଥିଲେ ବୋଲି ଟାଉନ୍‌ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.