fbpx

BSNL ଆଣିଲା ଜିଓ ଏବଂ ଏୟାରଟେଲ ଠାରୁ ଶସ୍ତା ପ୍ଲାନ! ୧୦୭ ଟଙ୍କା ରିଚାର୍ଜରେ ମିଳିବ ଡାଟା ଏବଂ କଲିଂ

ନୂଅଦିଲ୍ଲୀ: BSNLର ୟୁଜର୍ସଙ୍କ ପାଇଁ ଖୁସି ଖବର । କାରଣ କମ୍ପାନୀ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଲା । ଏହି ପ୍ଲାନରେ ଆପଣଙ୍କୁ ବହୁ ପ୍ରକାର ସୁବିଧା ମିଳୁଛି । ଆଜି ଆମେ ଆପଣଙ୍କୁ ବିଏସଏନଏଲର ୧୦୭ଟଙ୍କା ରିଚାର୍ଜ ବିଷୟରେ କହିବୁ । ଏହା ବ୍ୟତୀତ ଏହି ରିଚାର୍ଜରେ କେଉଁ କେଉଁ ସୁବିଧା ରହିଛି ଏବଂ ଏହାକୁ କିପରି ରିଚାର୍ଜ କରିବେ ସେହି ବିଷୟରେ ମଧ୍ୟ ଆଲୋଚନା କରିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ତଥ୍ୟ ବିଷୟରେ ।

BSNLର ୧୦୭ଟଙ୍କା ରିଚାର୍ଜରେ ଆପଣଙ୍କୁ ୬୦ ଦିନର ଭ୍ୟାଲିଡିଟି ମିଳୁଛି । ଏହାସହ ଏହି ପ୍ଲାନରେ ଡାଟା ଏବଂ କଲିଂର ସୁବିଧା ମିଳୁଛି । ଏଥିରେ ୩ଜିବି ଡାଟା ଅଫର ସହ ୨୦୦ ମିନିଟ କଲିଂ ଦିଆଯାଉଛି । ଏହି ପ୍ରିପେଡ୍ ରିଚାର୍ଜରେ BSNL Tunes ମଧ୍ୟ ମିଳିବାକୁ ଯାଉଛି । ତେବେ ଆପଣଙ୍କ ଫୋନରେ ୧୨୩ ଡାଏଲ କରି ଏହି ପ୍ଲାନ ଏବଂ ନମ୍ବର ବିଷୟରେ ଜାଣିପାରିବେ ।

ବର୍ତ୍ତମାନ BSNLର ୧୫୩ ରିଚାର୍ଜ ମଧ୍ୟ ବହୁ ଚର୍ଚ୍ଚାରେ ରହିଛି । ଏହି ପ୍ଲାନରେ ଆପଣଙ୍କୁ କଲିଂ ଏବଂ ଡ଼ାଟାର ସୁବିଧା ଦିଆଯିବା ସହ ଅନଲିମିଟେଡ୍ ଭଏସ କଲିଂର ସୁବିଧା ସହ ଦୈନିକ ୧ଜିବି ଡ଼ାଟା ୨୮ ଦିନ ପାଇଁ ଦିଆଯାଉଛି । ଏହା ବ୍ୟତୀତ ଆପଣ ଯଦି Bsnlର ୧୯୯ଟଙ୍କା ରିଚାର୍ଜ କରିବେ ତେବେ ଏଥିରେ ଅନଲିମିଟେଡ୍ କଲିଂ ସହିତ ଦୈନିକ ୨ଜିବି ଡାଟା ଏବଂ ୧୦୦ଟି ମେସେଜ ଫ୍ରିରେ ମିଳୁଛି । ଏହାର ଭ୍ୟାଟିଡିଟି ସେହି ୨୮ ଦିନ ରହୁଛି ।

Get real time updates directly on you device, subscribe now.