fbpx

BSNL ଲଞ୍ଚ କଲା ସବୁଠୁ ଶସ୍ତା ପ୍ଲାନ,  ମାସ ସାରା ମିଳିବ ୨ ଜିବି ଡାଟା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହାର ଗ୍ରାହକଙ୍କ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ମାସିକ ପ୍ରିପେଡ ରିଚାର୍ଜ ପ୍ଲାନ ଘୋଷଣା କରିଛି । ଜୁଲାଇ ୧, ୨୦୨୨ ଅର୍ଥତ୍ କାଲି ଠାରୁ ଏହି ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ । ଏହି ଦୁଇ ନୂଆ ପ୍ଲାନ ହେଉଛି ୨୨୮ ଟଙ୍କା ଏବଂ ୨୩୯ ଟଙ୍କା  ପ୍ଲାନ । ଏହି ଦୁଇ ପ୍ଲାନର ବୈଧତା ୨୮ ଦିନ ନୁହେଁ ପୂରା ଏକମାସ ପର୍ଯ୍ୟନ୍ତ ରହିବ । ଅର୍ଥାତ୍ ମାସର ଯେଉଁ ତାରିଖରେ ଆପଣ ରିଚାର୍ଜ କରିଥିବେ ଏହାର ପରମାସରେ ସେହି ତାରିଖରେ ରିଚାର୍ଜ ଶେଷ ହେବ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ ବିଷୟରେ ଅଧିକ…

ବିଏସଏନଏଲ ୨୨୮ ଟଙ୍କା ପ୍ଲାନ:

ବିଏସଏନଏଲର ୨୨୮ ଟଙ୍କା ପ୍ରିପେଡ୍ ପ୍ଲାନ ବୈଧତା ପୂରା ଏକ ମାସ ଯାଏଁ ରହିବ ।  ଏହି ପ୍ଲାନରେ ଅନଲିମିଟେଡ କଲିଂ, ୨ ଜିବି ଦୈନିକ ଡାଟା ଏବଂ ୧୦୦ ଏସଏମଏସ ମିଳିବ ।  

ବିଏସଏନଏଲ ୨୩୯ ଟଙ୍କା ପ୍ଲାନ:

ବିଏସଏନଏଲର ୨୩୯ ଟଙ୍କାର ପ୍ଲାନରେ ଅନଲିମିଟେଡ କଲିଂ, ପ୍ରତିଦିନ ୨ ଜିବି ଡାଟା, ସହ ୧୦୦ ଏସଏମଏସ ମିଳିବ । ଏହି ପ୍ଲାନରେ ଗେମିଂ ବେନିଫିଟ୍ ମଧ୍ୟ ରହିଛି । ଏଥିରେ ଅତିରିକ୍ତ ୧୦ ଟଙ୍କାର ମେନ୍ ବାଲାନ୍ସ ମଧ୍ୟ ମିଳିବ ।

 

 

Get real time updates directly on you device, subscribe now.