BSNL ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ଏହି ଶସ୍ତା ପ୍ଲାନ୍‌ରେ ମିଳୁଛି ୧୫ ଦିନ ଅତିରିକ୍ତ ଭାଲିଡିଟି

BSNL ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ୨,୩୯୯ ପ୍ଲାନ୍‌ରେ ମିଳୁଛି ୧୫ ଦିନ ଅତିରିକ୍ତ ଭାଲିଡିଟି

ଓଡ଼ିଶା ଭାସ୍କର ଡେସ୍କ: ଭାରତ ସଞ୍ଚର ନିଗମ ଲିମିଟେଡ୍ ପୁଣିଥାଏ ଏହାର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଜମରଦସ୍ତ ଅଫ୍ଫର ନେଇଆସିଛି। କମ୍ପାନୀ ପକ୍ଷରୁ ଏହାର ଏକ ଲୋକପ୍ରିୟ ସସ୍ତା ରିଚାର୍ଜ ପ୍ଲାନ୍‌ର ବୈଧତା (Validity) ବୃଦ୍ଧି କରାଯାଇଛି।

୩୮୦ ଦିନର ବୈଧତା: ବିଏସ୍‌ଏନ୍‌ଏଲ୍ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ (X) ରେ ଦିଆଯାଇଥିବା ସୂଚନା ମୁତାବକ, ୨,୩୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍‌ରେ ୧୫ ଦିନର ଏକ୍ସଟ୍ରା ଭାଲିଡିଟି ଦିଆଯାଉଛି। ପୂର୍ବରୁ ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ଥିବାବେଳେ ବର୍ତ୍ତମାନ ଏହା ୩୮୦ ଦିନକୁ ବୃଦ୍ଧି ପାଇଛି।

କଲିଂ ଏବଂ ଇଣ୍ଟରନେଟ୍: ଏହି ପ୍ଲାନ୍‌ରେ ଗ୍ରାହକମାନେ ସମଗ୍ର ଦେଶରେ ଅନଲିମିଟେଡ୍ ଭଏସ୍ କଲ୍ ଏବଂ ଫ୍ରି ନେସନାଲ୍ ରୋମିଂର ଲାଭ ପାଇପାରିବେ। ଏହାବ୍ୟତୀତ ଦିଲ୍ଲୀ ଏବଂ ମୁମ୍ବାଇରେ ଏମ୍‌ଟିଏନ୍‌ଏଲ୍ (MTNL) ନେଟ୍‌ୱାର୍କରେ ମଧ୍ୟ ଫ୍ରି ରୋମିଂ ମିଳିବ।

ଡାଟା ସୁବିଧା: ୟୁଜର୍ସଙ୍କୁ ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ଟି ଫ୍ରି ଏସ୍‌ଏମ୍‌ଏସ୍ ଦିଆଯାଉଛି। ସମସ୍ତ ମୋଟ ଡାଟା ୭୬୦ ଜିବି ପର୍ଯ୍ୟନ୍ତ ରହିଛି।

ଖୁବ୍ ଶୀଘ୍ର ଆସୁଛି 5G ସର୍ଭିସ୍: ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଭଳି ବିଏସ୍‌ଏନ୍‌ଏଲ୍ ମଧ୍ୟ ଦେଶରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ନୂଆଦିଲ୍ଲୀର ଯଶୋଭୂମିରେ ଅନୁଷ୍ଠିତ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୬’ ଅବସରରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଖୁବ୍ ଶୀଘ୍ର ୫ଜି ସେବାର ଟ୍ରାଏଲ୍ ଆରମ୍ଭ ହେବାନେଇ ସୂଚନା ଦେଇଛନ୍ତି।