fbpx

ନିର୍ବାଚନ ପାଇଁ ମିଳିଲାନି ଟିକେଟ୍, ଥାନାରେ ଭୋ ଭୋ କାନ୍ଦିପକାଇଲେ ଅର୍ସଦ ରାଣା; ଦେଖନ୍ତୁ ଭାଇରାଲ ଭିଡିଓ…

ନିର୍ବାଚନ ପାଇଁ ଟିକେଟ ନମିଳିବାରୁ କାନ୍ଦି ପକାଇଲେ ନେତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ । ଗୋଟିଏ ପଟେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନୀ ଉଷ୍ମତା ବଢ଼ୁଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଯାଇଛି ଟିକେଟ ବିକ୍ରି । ବହୁଜନ ସମାଜ ପାର୍ଟୀ ନେତା ଅର୍ସଦ ରାଣାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ବିଏସପିରେ ଟିକେଟ ବିକ୍ରି ରାଜନୀତି ଆରମ୍ଭ ହୋଇଛି । ଆଉ ମଜାଫରନଗର ଜନପଦରୁ ଆସିଥିବା ଖବରକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ବିଏସପି ନେତା ଅର୍ସଦ ରାଣା ବିଏସପି ପଶ୍ଚିମ ୟୁପି ପ୍ରଭାରୀ ଶାମସୁଦ୍ଧୀନ ରାଇନଙ୍କ ଉପରେ ଟିକେଟ ନାଁରେ ୬୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ।

କେବଳ ସେତିକି ନୁହେଁ ଶାମସୁଦ୍ଧୀନ ରାଇନଙ୍କ ନାଁରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଆଉ ଏହି ଅଭିଯୋଗ କରିବା ସମୟରେ କାନ୍ଦି ପକାଇଥିଲେ ଅର୍ସଦ ରାଣା । ସେ କହିଥିଲେ ବିଏସପି ତାଙ୍କର ମଜା ଉଡ଼ାଇଛି । ୨୪ ବର୍ଷ ଧରି ବିଏସପି ପାଇଁ ସେ କାମ କରିଛନ୍ତି ୨୦୧୮ରୁ ହିଁ ପ୍ରାର୍ଥୀ କରିବାକୁ କହିଥିବାବେଳେ ଏବେ ଅନ୍ୟକୁ ପ୍ରାର୍ଥୀ କରିବା କେତେ ଯୁକ୍ତିଯୁକ୍ତି । ସେ କହିଛନ୍ତି ତାଙ୍କୁ ଟିକେଟ ଦେବା ପାଇଁ କହିଥିବାରୁ ବିଜ୍ଞାପନରେ ସେ ଖର୍ଚ୍ଚ କରୁଛନ୍ତି ଏବେ ଅନ୍ୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ଠିକ୍ ନୁହେଁ ବୋଲି କହିଛନ୍ତି ଏବଂ କହିଛନ୍ତି ଯଦି ତାଙ୍କୁ ନ୍ୟାୟ ନମିଳେ ତେବେ ସେ ଆତ୍ମଦାହ କରିବେ ।

ସୂଚନ ଅନୁଯାୟୀ, ୟୁପି ମୁଜାଫରନଗର ବିଏସପି ନେତା ଅର୍ସଦ ରାଣା ଅନ୍ୟ ପ୍ରାର୍ଥୀଙ୍କୁ ବିଏସପି ଟିକେଟ ମିଳିବା ଜାଣିବା ପରେ ଏକ ଫେସବୁକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ ଲେଖିଥିଲେ ବହୁଜନ ସମାଜ ପାର୍ଟୀ ପଶ୍ଚିମ ପ୍ରଭାରୀ ଶାମସୁଦ୍ଧୀନ ରାଇନ ଯଦି ମୋର ନିର୍ବାଚନ ନାଁରେ ନେଇଥିବା ଅର୍ଥ ନଫେରାଇବେ ତେବେ ମୁଁ ଲକ୍ଷେ୍ନø ସ୍ଥିତ ମାନନୀୟ ବହୁଜନ ସମାଜ ପାର୍ଟୀ ସୁପ୍ରିମୋ ମାୟାବତୀଙ୍କ ଘରେ ଆତ୍ମଦାହ କରିବି  । ସେ ଆହୁରି କହିଥିଲେ ରାଇନ ତାଙ୍କୁ ଚରଥାୱଲରୁ ଟିକେଟ ଦେବା ପାଇଁ କହିଥିଲେ ସେଥିପାଇଁ ହୋର୍ଡିଂ ଏବଂ ପୋଷ୍ଟରରେ ସେ ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି । ତେବେ ଏହି ଘଟଣାରେ ରାଇନଙ୍କ ପ୍ରତିକ୍ରିୟା ମିଳିନାହିଁ ।

 

Get real time updates directly on you device, subscribe now.