BTechରେ Backlog ଲାଗିଲେ ରଦ୍ଦ ହୋଇଯାଏ କି ଡିଗ୍ରୀ ? ଜାଣନ୍ତୁ Back Paper, Placement ଉପରେ ପ୍ରଭାବ

BTechରେ Backlog ଲାଗିଲେ ରଦ୍ଦ ହୋଇଯାଏ କି ଡିଗ୍ରୀ ?

ଓଡ଼ିଶା ଭାସ୍କର ଡେସ୍କ: BTech ପଢ଼ୁଥିବା ଅନେକ ଛାତ୍ରଛାତ୍ରୀଙ୍କ ମନରେ Backlogକୁ ନେଇ ଚିନ୍ତା ରହିଥାଏ। କୌଣସି ବିଷୟରେ ଫେଲ୍ ହେଲେ କ’ଣ ସିଧାସଳଖ BTech ଡିଗ୍ରୀ ରଦ୍ଦ ହୋଇଯାଏ? ଏହା ଏକ ସାଧାରଣ ଭ୍ରମ।

ସାଧାରଣତଃ ଗୋଟିଏ କିମ୍ବା ଦୁଇଟି ବିଷୟରେ Backlog ଲାଗିବା ମାତ୍ରେ ଛାତ୍ରଙ୍କ ଡିଗ୍ରୀ ରଦ୍ଦ ହୁଏ ନାହିଁ। ବିଶ୍ୱବିଦ୍ୟାଳୟର ନିୟମ ଅନୁସାରେ ଛାତ୍ରଙ୍କୁ Back Paper କିମ୍ବା Supplementary Examination ଦେଇ ବିଷୟଟି ପାସ୍ କରିବାର ସୁଯୋଗ ମିଳେ।

କେବେ ସମସ୍ୟା ଗୁରୁତର ହୁଏ: Backlog ନିଜେ ଡିଗ୍ରୀ ବାତିଲ୍ ହେବାର କାରଣ ନୁହେଁ। କିନ୍ତୁ ଛାତ୍ର ନିଜ ବିଶ୍ୱବିଦ୍ୟାଳୟର ନିର୍ଦ୍ଧାରିତ Maximum Completion Period ମଧ୍ୟରେ ସମସ୍ତ ବିଷୟ ପାସ୍ କରିପାରିନଥିଲେ ସମସ୍ୟା ସୃଷ୍ଟି ହୋଇପାରେ।

ଏହି ସମୟସୀମା ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, ଟେକ୍ନିକାଲ୍ ୟୁନିଭର୍ସିଟି ଏବଂ ପ୍ରୋଗ୍ରାମ୍‌ର ନିୟମ ଅନୁସାରେ ଭିନ୍ନ ହୋଇପାରେ। ତେଣୁ BTech ପାଇଁ ସମସ୍ତ ସଂସ୍ଥାରେ ଏକାଧାରରେ ‘୬ ବର୍ଷ’ ନିୟମ ଲାଗୁ ହୁଏ ବୋଲି ଧରିନେବା ଠିକ୍ ନୁହେଁ।

କ’ଣ ଏହି N+2 ନିୟମ: କିଛି ଶିକ୍ଷାନୁଷ୍ଠାନରେ ଡିଗ୍ରୀ କୋର୍ସ ସମ୍ପୂର୍ଣ୍ଣ କରିବା ପାଇଁ ସାଧାରଣ କୋର୍ସ ଅବଧି ସହ ଅତିରିକ୍ତ ସମୟ ଦିଆଯାଏ। ଏହାକୁ କେତେକ ସ୍ଥାନରେ N+2 ଭଳି ନିୟମରେ ବ୍ୟାଖ୍ୟା କରାଯାଏ।

ଏଠାରେ ‘N’ ହେଉଛି କୋର୍ସର ସାଧାରଣ ଅବଧି। BTech ସାଧାରଣତଃ ୪ ବର୍ଷର କୋର୍ସ ହୋଇଥିବାରୁ, ଯଦି କୌଣସି ସଂସ୍ଥା N+2 ନିୟମ ଲାଗୁ କରେ, ତେବେ ମୋଟ ୬ ବର୍ଷ ମଧ୍ୟରେ କୋର୍ସ ସମ୍ପୂର୍ଣ୍ଣ କରିବାକୁ ପଡ଼ିପାରେ।

ତେବେ ଏହି ସୀମା ସମସ୍ତ ବିଶ୍ୱବିଦ୍ୟାଳୟରେ ସମାନ ନୁହେଁ। ଛାତ୍ରଛାତ୍ରୀମାନେ ନିଜ ବିଶ୍ୱବିଦ୍ୟାଳୟର Academic Regulations ଯାଞ୍ଚ କରିବା ଆବଶ୍ୟକ।

Backlog କ୍ଲିୟର କରିବାକୁ କେତେ ସୁଯୋଗ ମିଳେ: ସାଧାରଣତଃ ନିୟମିତ ସେମିଷ୍ଟର ପରୀକ୍ଷା ସହିତ Back Paper କିମ୍ବା Supplementary Examinationର ସୁଯୋଗ ମିଳିଥାଏ। କେଉଁ ସେମିଷ୍ଟରର Back କେବେ ଦିଆଯାଇପାରିବ, ତାହା ବିଶ୍ୱବିଦ୍ୟାଳୟର Academic Calendar ଓ Examination Rules ଉପରେ ନିର୍ଭର କରେ।

କେତେକ ସଂସ୍ଥାରେ Odd Semesterର Back ପରବର୍ତ୍ତୀ Odd Semesterରେ ଏବଂ Even Semesterର Back ପରବର୍ତ୍ତୀ Even Semesterରେ ଦେବାର ବ୍ୟବସ୍ଥା ଥାଏ। ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କେତେକ ବିଶ୍ୱବିଦ୍ୟାଳୟ Special Carry Over କିମ୍ବା Summer Examination ମଧ୍ୟ ଆୟୋଜନ କରନ୍ତି।

Maximum Time Limit ସରିଗଲେ କ’ଣ ହୁଏ: ଯଦି କୌଣସି ଛାତ୍ର ନିଜ ସଂସ୍ଥାର ନିର୍ଦ୍ଧାରିତ ସର୍ବାଧିକ ସମୟସୀମା ମଧ୍ୟରେ ସମସ୍ତ Backlog କ୍ଲିୟର କରିପାରନ୍ତି ନାହିଁ, ତେବେ ତାଙ୍କର Registration କିମ୍ବା Course Continuation ଉପରେ ସଂସ୍ଥାର ନିୟମ ଅନୁସାରେ ପ୍ରଭାବ ପଡ଼ିପାରେ।

ଏଭଳି ସ୍ଥିତିରେ BTech ଡିଗ୍ରୀ ପାଇବା ସମ୍ଭବ ହୋଇନପାରେ। ତେବେ ଛାତ୍ର ପୂର୍ବରୁ ପାସ୍ କରିଥିବା ସେମିଷ୍ଟରର Academic Record କିମ୍ବା Marksheet ସମ୍ପର୍କରେ ମଧ୍ୟ ସଂସ୍ଥାର ନିୟମ ଲାଗୁ ହେବ।

Subject Back ଓ Year Back ମଧ୍ୟରେ ଫରକ

  • Subject Back: ଛାତ୍ର ଗୋଟିଏ କିମ୍ବା କିଛି ବିଷୟରେ ପାସ୍ କରିପାରିନଥିଲେ ମଧ୍ୟ, ସଂସ୍ଥାର Promotion Rules ଅନୁମତି ଦେଲେ ପରବର୍ତ୍ତୀ ସେମିଷ୍ଟରକୁ ଯାଇପାରନ୍ତି। ପରେ ସେହି ବିଷୟଗୁଡ଼ିକୁ Back Paper ମାଧ୍ୟମରେ କ୍ଲିୟର କରିବାକୁ ପଡ଼େ।
  • Year Back: କୌଣସି ସେମିଷ୍ଟରରେ Backlog ସଂଖ୍ୟା ନିର୍ଦ୍ଧାରିତ ସୀମାଠାରୁ ଅଧିକ ହେଲେ କିମ୍ବା Credit/Promotion Criteria ପୂରଣ ନହେଲେ ଛାତ୍ରଙ୍କୁ ପରବର୍ତ୍ତୀ ବର୍ଷକୁ Promote କରାଯାଇନପାରେ। ସେ କ୍ଷେତ୍ରରେ ସଂସ୍ଥାର ନିୟମ ଅନୁସାରେ ସେମିଷ୍ଟର କିମ୍ବା ବର୍ଷ ପୁନରାବୃତ୍ତି କରିବାକୁ ପଡ଼ିପାରେ।

Placement ଉପରେ Backlogର ପ୍ରଭାବ: Beech ପରେ Campus Placement ସମୟରେ Backlog ଥିବା ଛାତ୍ରଛାତ୍ରୀଙ୍କୁ କେତେକ କମ୍ପାନୀ ଆବେଦନ କିମ୍ବା ଇଣ୍ଟରଭ୍ୟୁ ପ୍ରକ୍ରିୟାରୁ ବାଦ ଦେଇପାରନ୍ତି।

ଅନେକ କମ୍ପାନୀ No Active Backlog ଭଳି ଯୋଗ୍ୟତା ରଖନ୍ତି। ଅର୍ଥାତ୍ ଆବେଦନ ସମୟରେ କୌଣସି ବିଷୟର Backlog ରହିବା ଉଚିତ୍ ନୁହେଁ। କିନ୍ତୁ Backlog ପୂର୍ବରୁ କ୍ଲିୟର ହୋଇଥିଲେ କେତେକ କମ୍ପାନୀ ଛାତ୍ରଙ୍କୁ ଅନୁମତି ଦିଅନ୍ତି।

ତେଣୁ Placement ପୂର୍ବରୁ ପ୍ରତ୍ୟେକ କମ୍ପାନୀର Eligibility Criteria ନିଶ୍ଚିତ ଭାବେ ଯାଞ୍ଚ କରିବା ଦରକାର।

BTechରେ Backlogରୁ କିପରି ବଞ୍ଚିବେ: Backlog ରୋକିବା ପାଇଁ କେବଳ Final Examination ଉପରେ ନିର୍ଭର ନକରି ନିୟମିତ ପଢ଼ା ସହିତ Internal Assessment, Assignment, Practical ଏବଂ Attendance Rules ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ସେହିପରି, ଯଦି କୌଣସି ବିଷୟରେ Back ଲାଗିଯାଏ, ତାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ Pending ରଖିବା ଠିକ୍ ନୁହେଁ। ପରବର୍ତ୍ତୀ ଉପଲବ୍ଧ Back/Supplementary Examinationରେ ବିଷୟଟି କ୍ଲିୟର କରିବାକୁ ପ୍ରୟାସ କରିବା ଭଲ।