fbpx

୨୯ରୁ ବଜେଟ୍ ଅଧିବେଶନ, ସାଂସଦଙ୍କୁ ଆଉ ମିଳିବନି କ୍ୟାଣ୍ଟିନ୍ ରିହାତି

ନୂଆଦିଲ୍ଲୀ,୧୯ ।୧: ଜାନୁଆରୀ ୨୯ ତାରିଖରୁ ଲୋକସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୫ ଫେବ୍ରୁଆରୀ ଯାଏଁ ଚାଲିବ । ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏଁ ଏହାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି ।

ତେବେ ଲୋକସଭା କାର୍ଯ୍ୟ ଅପରାହ୍ନ ୪ଟାରୁ ରାତି ୯ଟା ଯାଏଁ ଚାଲିବ । ରାଜ୍ୟସଭାର କାର୍ଯ୍ୟ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିବ ।

ଅନ୍ୟପଟେ ସଂସଦ ଭବନର କ୍ୟାଣ୍ଟିନରେ ସାଂସଦଙ୍କୁ ଆଉ ରିହାତି ମିଳିବନି । ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ପାଇଁ ମଧ୍ୟ ରିହାତି ବ୍ୟବସ୍ଥାର ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସାଂସଦମାନଙ୍କ ଘର ପାଖରେ କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା ହେବ । ଜାନୁଆରୀ ୨୭ ଓ ୨୮ରେ ସଂସଦ ପରିସରରେ ବି ଆରଟି-ପିସିଆର ପରୀକ୍ଷା ହେବ ।

Get real time updates directly on you device, subscribe now.