ବୁଧ-ଶନିଙ୍କ ଷଡ଼ାଷ୍ଟକ ଯୋଗ: ଅକ୍ଟୋବର ୯ରୁ ଏମାନଙ୍କର ଆରମ୍ଭ ହେବ ଖରାପ ସମୟ, ଛିଡ଼ିପଡ଼ିବ ଦୁଃଖର ପାହାଡ଼
୯ ଅକ୍ଟୋବରରେ ବୁଧ-ଶନି ଷଡାଷ୍ଟକ ଯୋଗ: ଏହି ୪ ରାଶି ପାଇଁ ବଢ଼ିପାରେ ସମସ୍ୟା
ଓଡ଼ିଶା ଭାସ୍କର ଡେସ୍କ: ଆସନ୍ତା ଅକ୍ଟୋବର ୯, ୨୦୨୬ ରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଏବଂ ଶନି ଗ୍ରହ ଏକାଠି ହୋଇ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଅବସ୍ଥାନ କରିବେ, ଯାହାଫଳରେ ‘ଷଡାଷ୍ଟକ ଯୋଗ’ର ନିର୍ମାଣ ହେବ। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗକୁ ଅତ୍ୟନ୍ତ କଷ୍ଟକାରୀ ଏବଂ ପ୍ରତିକୂଳ ବୋଲି ବିଚାର କରାଯାଇଥାଏ, କାରଣ ଏଥିରେ ଦୁଇଟି ଗ୍ରହ ପରସ୍ପରଠାରୁ ଷଷ୍ଠ ଏବଂ ଅଷ୍ଟମ ଭାବରେ ରହିଥାଆନ୍ତି।
ଷଷ୍ଠ ଭାବ ରୋଗ, କରଜ, ଶତ୍ରୁ ଏବଂ ଚାପର ପ୍ରତୀକ ହୋଇଥିବାବେଳେ, ଅଷ୍ଟମ ଭାବ ବାଧାବିଘ୍ନ, ଦୁର୍ଘଟଣା ଏବଂ ଅଚାନକ ଆସୁଥିବା ସଙ୍କଟକୁ ସୂଚାଇଥାଏ। ବୁଧ ଓ ଶନିଙ୍କ ଏହି ଯୋଗ କାରଣରୁ ମାନସିକ ଚାପ ବୃଦ୍ଧି ପାଇବା ସହ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ। ତେବେ ଜାଣନ୍ତୁ, ଏହି ଯୋଗ କାରଣରୁ କେଉଁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ସବୁଠାରୁ ଅଧିକ ସତର୍କ ରହିବାକୁ ପଡ଼ିବ:
ମେଷ ରାଶି: ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଏହି ଷଡାଷ୍ଟକ ଯୋଗର ଅତ୍ୟନ୍ତ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଆର୍ଥିକ ମାମଲାରେ ବଡ଼ଧରଣର ଚ୍ୟାଲେଞ୍ଜର ସମ୍ମୁଖିନ ହେବାକୁ ପଡ଼ିପାରେ ଏବଂ ହଠାତ୍ ଖର୍ଚ୍ଚ ବୃଦ୍ଧି ପାଇବ। କୌଣସି ବିଷୟରେ ନ ଜାଣି କୌଣସି ସ୍ଥାନରେ ବିନିଯୋଗ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ, ତେଣୁ ନିଜ ବାଣୀ ଉପରେ ସଂଯମ ରଖନ୍ତୁ।
ମିଥୁନ ରାଶି: ମିଥୁନ ରାଶିର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଆର୍ଥିକ ଅବସ୍ଥା ବିଗିଡ଼ିବାର ସମ୍ଭାବନା ଥିବାରୁ ପ୍ରତ୍ୟେକ କାମ ସୁଚିନ୍ତିତ ଭାବେ କରନ୍ତୁ। କାହାକୁ ମଧ୍ୟ ଆଖିବୁଜି ଭରସା କରନ୍ତୁ ନାହିଁ। କାମରେ ସାମନ୍ୟ ଅବହେଳା ମଧ୍ୟ ଭାରି ପଡ଼ିପାରେ। ଏହି ସମୟରେ ଚର୍ମ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଅଧିକ କଷ୍ଟ ଦେଇପାରେ ।
କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଯୋଗ ଅନୁକୂଳ ହେବ ନାହିଁ। ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହୋଇପାରେ। କୌଣସି ବି କାମ ଦ୍ରୁତଗତିରେ କିମ୍ବା ଜଳ୍ବାଜିରେ କରନ୍ତୁ ନାହିଁ, ନଚେତ୍ ବଡ଼ କ୍ଷତି ହୋଇପାରେ। ମାନସିକ ଚାପ ଅଧିକ ରହିବା ସହ ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ବଜେଟ୍ ବିଗିଡ଼ିଯାଇପାରେ। ଟଙ୍କା-ପଇସା ଲେଣଦେଣ କଲାବେଳେ ସତର୍କ ରୁହନ୍ତୁ।
ବିଛା ରାଶି: ବିଛା ରାଶିର ଲୋକଙ୍କ ପାଇଁ ଏହି ସମୟଟି ଅତ୍ୟନ୍ତ ସତର୍କ ରହିବାର ଅଟେ। ସ୍ୱାସ୍ଥ୍ୟକୁ ନେଇ ବିଶେଷ ଯତ୍ନବାନ୍ ହୁଅନ୍ତୁ। ଗାଡ଼ି ଚାଳନା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। କୌଣସି ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ବା ପାଟିତୁଣ୍ଡରୁ ଦୂରେଇ ରୁହନ୍ତୁ, ନଚେତ୍ ବଡ଼ କ୍ଷତିର ସମ୍ଭାବନା ରହିଛି।

