fbpx

ଇଣ୍ଡିଆନ କୋଷ୍ଟଗାର୍ଡରେ ବମ୍ପର ନିଯୁକ୍ତି: ଭଲ ବେତନ ସାଙ୍ଗକୁ ମିଳିବ ଅନ୍ୟାନ୍ୟ ସୁବିଧା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡରେ ସୃଷ୍ଟି ହୋଇଛି ଖାଲି ପଦ । ସ୍ନାତକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ jionindiancoastguard.gov.in କୁ ଯାଇ ଆବେଦନ କରିପାରିବେ ।

ଫେବୃୟାରୀ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୪ ମାର୍ଚ୍ଚ ଆବେଦନର ଅନ୍ତିମ ତାରିଖ ରହିଛି । ସମୁଦାୟ ୧୧ଟି ପଦ ଖାଲି ରହିଥିଲା । ଏହା ମଧ୍ୟରୁ ୩ଟି ପଦ ଅଣ ସଂରକ୍ଷିତ ରହିଛି । ଇଡବ୍ଲ୍ୟୁଏସ୍ ପାଇଁ ଗୋଟିଏ ପଦ ଖାଲି ରହିଥିବା ବେଳେ , ଓବିସି ବର୍ଗଙ୍କ ପାଇଁ ୩ଟି, ଅନୁସୂଚିତ ଜାତିଙ୍କ ପାଇଁ ୩ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଗୋଟିଏ ପଦ ଖାଲି ରହିଛି ।

ଗ୍ରୁପ୍ ବି ପଦ ପାଇଁ ଏହି ୧୧ ପଦରେ ଦରମା ୩୫୪୦୦-୧୧୨୪୦୦ ମଧ୍ୟରେ ରହିଛି । ଯୋଗ୍ୟତା ତଥା ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଏହି ଲିଙ୍କରେ ଯାଇ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ

Get real time updates directly on you device, subscribe now.