fbpx

ଜଳିଗଲା ୯ କୋଟିର ଗଞ୍ଜେଇ: ୨ ଜଣଙ୍କ ନାଁରେ ମାମଲା ରୁଜୁ

ରାୟଗଡ଼ା, ୧୩ା୧ (ଓଡିଶା ଭାସ୍କର): ରାୟଗଡ଼ାରେ ୯ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ଜଳିଯାଇଛି । ତେବେ ୮୦ ଏକର ବିଶିଷ୍ଟ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ରାୟଗଡ଼ା ପୋଲିସ ନଷ୍ଟ କରିଥିବା ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲାର ପିଣ୍ଡାଗୁଡ଼ି ସଂରକ୍ଷିତ ଜଙ୍ଗଲରେ ଏହି ଚାଷ କରାଯାଇଥିବା ସୂଚନା ମିଳିଛି ।

ତେବେ ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୯ କୋଟି ୬୦ ଲକ୍ଷ ହେବ ବୋଲି କୁହାଯାଇଛି । ଏନେଇ ଏଡିପିଏସ ଆକ୍ଟରେ ରାୟଗଡ଼ା ପୋଲିସ ୨ ଜଣଙ୍କର ନାଁରେ ମାମଲା ରୁଜୁ କରିଛି ବୋଲି ରାୟଗଡ଼ା ଏସପି ଟ୍ୱିଟ କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.