fbpx

ବସ ବାଇକ୍ ମୁହାଁମୁହିଁ ଧକ୍କା: ଗୋଟଏ ପରିବାର ୩ ମୃତ, ୧ ଗୁରୁତର

ବଲାଙ୍ଗୀର: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇଗଲାଣି । ଫଳରେ ପ୍ରତ୍ୟେକ ଦିନ ଏହି ସଡକ ଦୁର୍ଘଟଣା ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହେଉଛନ୍ତି । ତେବେ ଟିକିଏ ଅସାବଧାନତା ଏବଂ ଅନ୍ୟମନସ୍କ କାରଣରୁ ଏଙିପରି ଘଟଣା ଘଟୁଥିବା ଜଣାପଡିଛି । ପୂର୍ବରୁ ଏହିପରି ଅନେକ ଘଟଣା ଓଘଟିଥା ବେଳେ ବର୍ତ୍ତମାନ ମଧ୍ୟ ସେହିପରକି ଏକ ଖବର ସାମ୍ନାକୁ ଆସିଛି । ଯାହାକି ସେଠାକାର ଅଞ୍ଚଳରେ ଦୁଃଖ ଏବଂ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ନିକଟରରେ ସିଂଖମନ ଛକନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଫଳରେ ଗୋଟିଏ ପରିବାର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ମାସର କଅଁଳ ଶିଶୁ ମୃତ୍ୟୁ ସହ ଲଢେଇ କରୁଥିବା ଜଣାପଡିଛି । ତେବେ ବଲାଙ୍ଗୀରର ସିଂଖମନ ଛକନିକଟରେ ଗୋଟିଏ ବସ ଏକ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ସରୋଜ ପଶାୟତଙ୍କ ମୃତ୍ୟ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ପୁଅ ଝିଅଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଉଭୟଙ୍କୁ ଭୀମସାର ମେଡିକାଲକୁ ରେଫର କରାଯାଇଛି । କିନ୍ତୁ ଡିକିତ୍ସାଧୀନ ଅବସ୍ଥାରେ ଉଭୟ ମା ଝିଅଙ୍କର ମୃତ୍ୟୁ ହୋଇଥିବା ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି । ତେବେ ମୃତକ ମାନେ ହେଲେ ସରୋଜଙ୍କ ସ୍ତ୍ରୀ କରିସ୍ମା ପଶାୟତ ଓ ତିନି ବର୍ଷର ଶିଶୁ କନ୍ୟା ।

ସୂଚନା ଅନୁସାରେ ଟିଟିଲାଗଡ଼ ଉଡାର ଗାଁର ସରୋଜ ପସାୟତ ଓ ତାଙ୍କ ସ୍ତ୍ରୀ କରିସ୍ମା ପଶାୟତ ବଲାଙ୍ଗୀର ଖୁଜେନପାଲି ଗାଁକୁ ତାଙ୍କ ଦୁଇଶିଶୁ ସହ ବାହାଘର କୁ ଆସୁଥିଲେ । କିନ୍ତୁ ଏହି ସମୟରେ ସିଂଖମନ ଛକନିକଟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ସରୋଜଙ୍କ ମୃତ୍ୟୁହୋଇଥିବା ବେଳେ ସ୍ତ୍ରୀ କରିସ୍ମା ଏବଂ ୨ ଶିଶୁ ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଉଭୟ ମା ଓ ୩ ବର୍ଷ ଝିଅର ମୃତ୍ୟୁୟ ହୋଇଛି । ଏଥିସହିତ ୧ ବର୍ଷର ପୁଅ ଗୁରୁତର ଆହତ ଥିବା ସୂଚନା ମିଳିଛି ।

ତେବେ ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ ଉଦ୍ଧାର କରି ଢ଼ଥିଲେ । ଏଥିସହିତ ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ସ୍ତ୍ରୀ ଓ ଛୁଆଙ୍କୁ ଭୀମସାର ଅଣାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସ୍ତ୍ରୀ କରିସ୍ମା ଓ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଏତତ୍ ବ୍ୟତୀତ ୧ ବର୍ଷାର ଶିଶ ପୂତ୍ର ବଞ୍ଚିଯାଥିବା ସୂଚନା ମିଳିଛି ।

Get real time updates directly on you device, subscribe now.