fbpx

ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ୍; କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ଛିଡା ହୋଇଥିବା ଏକ ବସରେ ନିଆଁ ଲାଗି ଯାଇଛି । ଫଳରେ ବସଟି ହୁହୁ ହୋଇ ଜଳୁଥିବା ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନିଆଁର ପ୍ରଖର ଅଧିକ ଥିବାରୁ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡା ହୋଇଥିବା ଖଣ୍ଡାଧାର କୁଇନ୍ ନାମକ ଏକ ଯାତ୍ରୀବାହୀ ବସ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ହୁହୁ ହୋଇ ଜଳି ଉଠିଥିଲା ବସ୍ । ଏହା ଦେଖି ସେଠାରେ ଥିବା ଲୋକ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଫଳରେ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ଏବଂ ଶେଷରେ ଅନେକ ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ।

ତେବେ ସେହି ଯାତ୍ରୀବାହୀ ବସରେ ନିଆଁ କିପରି ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଅନ୍ୟ କୌଣସି ବସରେ ମଧ୍ୟ ନିଆଁ ଲାଗି ନଥିବା ସୂଚନା ମିୁଳିଛି । ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଫଳରେ ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସେଠାରେ ଥିବା ଲୋକେ ।

Get real time updates directly on you device, subscribe now.