fbpx

ପରିବହନ ବିଭାଗକୁ ଚକ୍‌ମା ଦେଖାଇ କାର୍ ଓ ବାଇକ୍‌ ନମ୍ବରରେ ଚାଲୁଥିଲା ବସ୍, ଗାଡ଼ିକୁ ଜବତ କଲା ଚୌଦ୍ବାର ପୋଲିସ

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ୍‌) : ଚୌଦ୍ୱାର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୋଟିଏ ଯାତ୍ରୀବାହୀ ବସ୍‌ ଚୌଦ୍ୱାର ଅଞ୍ଚଳର ଯାତ୍ରୀ ସମେତ ସ୍କୁଲ ପିଲା, ପିକ୍‌ନିକ୍‌ ଯାତ୍ରୀ ଭଳି ବିଭିନ୍ନ ଲୋକଙ୍କୁ ଧରି ଯାତାୟତ କରୁଥିବା ଏହି ବସ୍‌ଟିକୁ ଜବତ କରିଛି ଚୌଦ୍ୱାର ଥାନା ପୋଲିସ । ଗାଡ଼ିଟି ଚୌଦ୍ୱାର ଅଞ୍ଚଳରେ ସବୁବେଳେ ଚଳପ୍ରଚଳ ହେଉଥିବା ବେଳେ କେତେବେଳେ ଏହା କାର ନମ୍ବରରେ ଚାଲୁଛି ତ କେତେବେଳେ ଏହା ବାଇକ୍‌ ନମ୍ବରରେ ଚାଲୁଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ଏହି ବସ୍‌ଟି ଦଶମ ଶ୍ରେଣୀରେ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ପରିବହନ ନିମନ୍ତେ ବ୍ୟବହାର ହେଉଥିବା ଏହି ଗାଡ଼ିଟି ନିୟୋଜିତ ହେବା ବେଳେ ଅନ୍ୟ ଗାଡ଼ିର ମାଲିକ ଏହା ଉପରେ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଥିଲେ । ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଏହି ବସ୍‌ଟି କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିନା ପଞ୍ଜିକରଣ ଥିବା ଏହି ବସ୍‌ଟିର କ୍ଷୟକ୍ଷତି ନିମନ୍ତେ କାହାକୁ ଦାୟୀ କରାଯିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେବଳ ଏହି ବସ୍‌ଟି ନୁହେଁ ବରଂ ସମଗ୍ର ଚୌଦ୍ୱାର ଅଞ୍ଚଳରେ ଜାଲ କାଗଜପତ୍ର କରି ଏହିଭଳି କେତୋଟି ବସ୍‌ ଚାଲିଛି ତାହା ପରିବହନ ବିଭାଗ ଓ ଚୌଦ୍ୱାର ପୋଲିସ ଦୃଷ୍ଟି ଦେଇ ଏହାକୁ ଜବତ କଲେ ଅନ୍ୟ ବସ୍‌ ମାଲିକମାନେ ଏଥିରୁ ବହୁ ଉପକୃତ ହେବେ ବୋଲି ବସ୍‌ ମାଲିକମାନେ ପ୍ରକାଶ କରିଛନ୍ତି । ଆଜି ଏହି ବସ୍‌ଟିକୁ ପୋଲିସ୍‌ ଜବତ କରିବା ପରେ ଜାଣିବାକୁ ପାଇଥିଲା ଯେ ଏହି ବସ୍‌ଟି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନମ୍ବରରେ ଅଞ୍ଚଳରେ ପରିବହନ କରିବା ସହ ଚୌଦ୍ୱାର ବସ୍‌ ସଂଘ ତରଫରୁ କରିଥିବା ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଛି । ଆଗକୁ ଏହାଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହିଭଳି ଚାଲୁଥିବା ବେନାମୀ ନମ୍ବର ଥିବା ଗାଡ଼ିଗୁଡ଼ିକ ଉଚିତ୍‌ ଶିକ୍ଷା ପାଇବେ ବୋଲି ଅଞ୍ଚଳରେ ଥିବା କିଛି ବସ୍‌ ମାଲିକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.