fbpx

ଘାଟିରେ ଓଲଟିଲା ବସ୍, ୭ ଗୁରୁତର

ବାଲିଗୁଡା,୨୦ ।୨(ଓଡିଶା ଭାସ୍କର): ବାଲିଗୁଡା ଘାଟିରେ ନିୟନ୍ତ୍ରଣ ହରାଇ ଓଲଟି ପଡିଛି ବସ୍ । ବସ୍ ଓଲଟିବା ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପେତାରବାଡି ଘାଟିରେ ବସଟି ଓଲଟିପଡିଥିବା ସୂଚନା ମିଳିଛି । ଦାରିଙ୍ଗବାଡିରୁ ରାଣିପାଙ୍ଗା ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ୭ ଜଣଙ୍କୁ ଉଦ୍ଧାର କରାଯାଇ ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଆଉ କେହି ଗୁରୁତର ହୋଇଥିବା ନେଇ ଆଉ କିଛି ଖବର ମିଳିପାରି ନାହିଁ । ଉଦ୍ଧାରକାରୀ ଟିମ ଦ୍ଵାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ବସଟି ଦାରିଙ୍ଗବାଡିରୁ ରାଣିପାଙ୍ଗା ଅଭିମୁଖେ ଯାଉଥିଲା। ତେବେ ଘାଟି ରାସ୍ତାରେ ବ୍ରେକ ଫେଲ ହୋଇଯିବାରୁ ବସଟି ଘାଟି ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଏପରି କହିଛନ୍ତି ଗାଡ଼ି ମାଲିକ।

Get real time updates directly on you device, subscribe now.