fbpx

ଏଣିକି ବିଜିନେସ କରୁଥିବା ଲୋକଙ୍କୁ ମିଳିବ ପେନସନ୍! ନୂଆ ପ୍ଲାନ ଆଣିବ EPFO

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ପ୍ଲାନ ଆଣିବା ନେଇ ପ୍ରସ୍ତୁତି ଚାଲିଛି । ଏହି ପ୍ଲାନ ଆଧାରରେ ବିଜିନେସ କରୁଥିବା ଲୋକଙ୍କୁ ପେନସନ ଦିଆଯିବା ନେଇ ବିଚାର ଚାଲିଛି । ପୂର୍ବରୁ ଯଦି ଜଣେ ବ୍ୟକ୍ତି କୌଣସି କମ୍ପାନୀ ବା ଫାର୍ମରେ କାମ କରୁଥିଲେ ତାଙ୍କର ରେଜିଷ୍ଟ୍ରେସନ କରାଯାଉଥିଲା । ମାତ୍ର ଇପିଏଫଓ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ନୂଆ ପନ୍ଥା ଅବଲମ୍ବନ କରାଯାଇଛି ।

ଭାରତରେ ଅସଂଗଠିତ କ୍ଷେତ୍ରରେ ବହୁତ ଲୋକ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କୁ କୌଣସି ସାମାଜିକ ସୁରକ୍ଷା ମିଳୁନାହିଁ । ସାଧାରଣ ଭାବେ ଯେଉଁମାନଙ୍କର ୧୦ ବର୍ଷ ପର୍ଯ୍ୟନ୍ତ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) କଟେ, ସେମାନଙ୍କୁ ଇପିଏଫଓ ପକ୍ଷରୁ ପେନସନ ଦିଆଯାଇଥାଏ । ଏହାଦ୍ୱାରା ଅନେକ ଲୋକ ପେନସନ ପାଇବାରୁ ବଞ୍ଚିତ ହେଉଥିଲେ ।

ତେବେ ଏହି ସମସ୍ୟାକୁ ନେଇ ଇପିଏଫଓ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି । ଅସଂଗଠିତ କ୍ଷେତ୍ରର ସମସ୍ତ କର୍ମଚାରୀ ଓ ସ୍ୱରୋଜଗାର କରୁଥିବା ଲୋକଙ୍କୁ ଇପିଏଫଓ ଅଧିନକୁ ଆଣିବା ପାଇଁ ଇପିଏଫଓ ଅଧିନିୟମ ୧୯୫୨ରେ କିଛିଟା ସଂଶୋଧନ କରିବାକୁ ସୁପାରିଶ କରାଯାଇଛି । ଏହାଫଳରେ ଅସଂଗଠିତ କ୍ଷେତ୍ରର ଲୋକମାନେ ରିଟାୟାରମେଣ୍ଟର ସେଭିଂ ସ୍କିମର ଫାଇଦା ଉଠାଇ ପାରିବେ । ସେଥିପାଇଁ ବେତନ ଓ କର୍ମଚାରୀଙ୍କ ସୀମାକୁ ହଟାଇବା ପାଇଁ ଇପିଏଫଓ ସୁପାରିଶ କରିଛି । ଯଦି କର୍ମଚାରୀଙ୍କ ସଂଖ୍ୟା ଓ ବେତନ ସୀମା ହଟିଯାଏ, ତେବେ ବିଜିନେସ କରୁଥିବା ଲୋକଙ୍କୁ ଏହି ନୂଆ ଯୋଜନାର ବେନିଫିଟ୍ ମିଳିପାରିବ ।

Get real time updates directly on you device, subscribe now.