fbpx

୨୦୨୨ ସୁଦ୍ଧା ବାୟୁସେନାରେ ସାମିଲ ହେବ ୩୬ଟି ରାଫେଲ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଗାମୀ ବର୍ଷ ସୁଦ୍ଧା ଆହୁରି ସଶକ୍ତ ହୋଇଯିବ । କାରଣ ଆଜି ଭାରତୀୟ ବାୟୁସେନାର ପ୍ରମୁଖ ଏୟାରମାର୍ଶଲ ଆରକେଏସ୍ ଭଦୌରିଆ ଦେଇଛନ୍ତି ଯେ, ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ ସୁଦ୍ଧା ବାୟୁସେନାରେ ୩୬ଟି ଲଢ଼ୁଆ ବିମାନ ରାଫେଲ୍ ସାମିଲ ହେବ । ଏନେଇ ବର୍ତ୍ତମାନ ଉଦ୍ୟମ ଜାରି ରହିଛି । ଖୁବ୍ ଶୀଘ୍ର ଏହା ଉପରେ ସଫଳତା ହାସଲ କରିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । କୋଭିଡ୍ ମହାମାରୀ କାରଣରୁ ଗୋଟିଏ କିମ୍ବା ଦୁଇଟି ଏୟାରକ୍ରାଫ୍ଟକୁ ଛାଡି ବାକି ସବୁ ଏୟାରକ୍ରାଫ୍ଟ ସମୟ ପୂର୍ବରୁ ଆସି ପହଞ୍ଚିଯିବ ।

ବାୟୁସେନାର ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଏହା କହିଥିଲେ । ୨୦୧୬ ମସିହାରେ ଫ୍ରାନ୍ସ ସହିତ ୩୬ଟି ରଫେଲ୍ ଜେଟ୍ ଦେବାନେଇ ୫୯ ହଜାର କୋଟି ଟଙ୍କା ବୁଝାମଣା କରାଯାଇଥିଲା । ସୂଚନା ଥାଉ କି, ଫେବ୍ରୁଆରି ମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୨୦୨୨ ସୁଦ୍ଧା ଆସିବାକୁ ଥିବା ଲଢ଼ୁଆ ବିମାନ ରାଫେଲ୍ କୁ ନେଇ ଗଣମାଧ୍ୟମକୁ ସୂଚନା ଦେଇସାରିଥିଲେ । ଏହା ବ୍ୟତୀତ ସେ ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ବିବାଦ କୁ ନେଇ ମଧ୍ୟ ମତ ପ୍ରକାଶ କରିଥିଲେ । ଆଉ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି ।

Get real time updates directly on you device, subscribe now.