fbpx

କରୋନା ସଂକ୍ରମିତଙ୍କୁ ନେଇ ବଡ ତଥ୍ୟ ଦେଲା WHO: ହୋଇପାରେ ଏହି ବଡ ବେମାରୀ

ନୂଆଦିଲ୍ଲୀ: ଦେଶରେ ପୁଣି ଚିନ୍ତା ବଢାଉଛି କରୋନା ସଂକ୍ରମଣ । ବିଭିନ୍ନ ରାଜ୍ୟରୁ ନୂଆ ସଂକ୍ରମଣ ବୃଦ୍ଧି ପାଇବା ଘଟଣା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ ଚିନ୍ତା ପାଲଟିଛି । ତେବେ ଏ ମଧ୍ୟରେ ସଂକ୍ରମିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଅଧିକାରୀ ଦେଇଛନ୍ତି ବଡ ବୟାନ । କରୋନା ମହାମାରୀରେ ବାରମ୍ବାର ସଂକ୍ରମଣ ହେଉଥିବା ବ୍ୟକ୍ତି ଭବିଷ୍ୟତରେ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ଡାଭିଡ ନାବରୋଙ୍କ କହିବା ଅନୁସାରେ, ବାରମ୍ବାର କୋଭିଡ ସଂକ୍ରମିତ ବେହା ଦ୍ୱାରା ଦେହରେ ଇମ୍ୟୁନିଟି ପ୍ରସ୍ତୁତ ହୋଇପାରିନଥାଏ । କାରଣ କରୋନା ଭୂତାଣୁ ସର୍ବଦା ନିଜ ରୂପ ବଦଳାଏ, ତେଣୁ ଏହାଦ୍ୱାରା ଜଣେ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ରହିପାରିବେ । ତେବେ ଅଧିକ ଥର କରୋନାରେ ଆକ୍ରାନ୍ତ ହେବା ଦ୍ୱାରା ଧିରେ ଧିରେ ଆପଣଙ୍କ ଇମ୍ୟୁନିଟି କମ ହୋଇଥାଏ । ଯାହା ଫଳରେ ଅଧିକ ଦିନ ପର୍ଯ୍ୟନ୍ତ ଆପଣ ଅସୁସ୍ଥ ରହିପାରନ୍ତି ।

ବାରମ୍ବାର କରୋନା ସଂକ୍ରମଣ ଆପଣଙ୍କ ଫୁସଫୁସକୁ ସଂକ୍ରମଣ କରିପାରେ ବୋଲି କହିଛନ୍ତି ନାବରୋ । ଲଙ୍ଗ କୋଭିଡକୁ ସଂକ୍ରମଣର ପ୍ରଥମ ଷ୍ଟେଜ ଏବଂ ୪ ସପ୍ତାହ ବା ତତୋଧିକ ସମୟ ପରେ ସାମନାକୁ ଆସୁଥିବା ଲକ୍ଷଣ ରୂପରେ ବ୍ୟାଖ୍ୟା କରାଯାଇଛି । କ୍ଳାନ୍ତ ଅନୁଭବ କରିବା, ଶ୍ୱାସକ୍ରିୟାରେ ଅସୁବିଧା, ଏକାଗ୍ରତା ହ୍ରାସ, ଗଣ୍ଠି ଯନ୍ତ୍ରଣା ଭଳି ଲକ୍ଷଣମାନ ଲମ୍ବା ସମୟର କୋଭିଡ ସଂକ୍ରମଣର ପ୍ରଭାବ ହୋଇପାରେ । ଏହା ଦିନଚର୍ଯ୍ୟା ଉପରେ ମଧ୍ୟ ଖୁବ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.