fbpx

କାଲି ସେବାୟତ କରିବେ ପ୍ରତିବାଦ, ବଜାଇବେ ଘଣ୍ଟା

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ବାଇ-ଲ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ପ୍ରତିବାଦ କରିବେ ସେବାୟତ । ରାଜ୍ୟର ସବୁ ମନ୍ଦିରରେ ସକାଳ ୧୦ ଘଟିକାରେ ପ୍ରତିବାଦ କରାଯିବ । ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ ଭୁବନେଶ୍ୱରର ବିଭିନ୍ନ ମଠ ଓ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ । ଏନେଇ ଅଲ ଓଡିଶା ସେବାୟତ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ଓ ଭୁବନେଶ୍ୱର ବାସିନ୍ଦା ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ ।

Get real time updates directly on you device, subscribe now.