fbpx

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି: ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର । ୫୦ରୁ ୬୨% ଯାଏ ଏମଏସପି ବୃଦ୍ଧିକୁ ନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି । ଧାନ କ୍ୱିଣ୍ଟାଲ ପିଛା ଏମଏସପି ୧୯୪୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତିି ନିଆଯାଇଛି । ୨୦୨୦-୨୧ରେ ଏହାର ମୂଲ୍ୟ ୧୮୬୮ ଟଙ୍କା ଥିବା ବେଳେ ୨୧-୨୨ରେ ଏହା ୧୯୪୦ ଟଙ୍କାକୁ ବୃଦ୍ଧି ପାଇଛି ।

ଧାନ ସହିତ ବାଜରା, ହରଡ, ରାଶି, ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ବି ବଢିଛି । ରାଶି କ୍ୱିଣ୍ଟାଲ ପିଛା ୪୫୨ ଟଙ୍କା ବଢିଥିବା ବେଳେ ବିରି ଓ ହରଡ କ୍ୱିଣ୍ଟାଲ ପିଛା ୩ ଶହ ଟଙ୍କା ବଢିଛି । ବିଭିନ୍ନ ଖାଦ୍ୟଶସ୍ୟର ମୂଲ୍ୟବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.