fbpx

ରାଜ୍ୟରେ ବଢ଼ିଲା ସରକାରୀ ଚାକିରି ସୀମା: ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ସରକାରୀ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି । ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ କରିପାରିବେ ସରକାରୀ ଚାକିରି ପାଇଁ ଆବେଦନ । କେବଳ ସେତିକି ନୁହେଁ ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଏସଇବିସି ଶ୍ରେଣୀଙ୍କ ପାଇଁ ମଧ୍ୟ ଅଧିକ ୫ ବର୍ଷର ଛାଡ଼ ରହିଛି । ଏହି ଶ୍ରେଣୀର ଆଶାୟୀ ବର୍ତ୍ତମାନ ୪୩ ବର୍ଷ ପର୍ଯର୍୍ୟନ୍ତ କରିପାରିବେ ଆବେଦନ । ପୂର୍ବରୁ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ସର୍ବାଧିକ ବୟସ ସୀମା ୩୨ ଥିବାବେଳେ ଏବେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ଏନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଚାକିରି ସୀମା ବୃଦ୍ଧି ସହ ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

Get real time updates directly on you device, subscribe now.